ଅଫିସରେ କାମ କରିବାବେଳେ ଆପଣ ଏପରି ସମସ୍ୟା ଭୋଗୁଛନ୍ତି କି ?

23

ଅଫିସ୍‌ରେ କାମ କରୁଥିବା ବେଳେ ଅଧିକାଂଶ ଲୋକଙ୍କର ଶାରୀରିକ ସମସ୍ୟା ଦେଖାଯାଇଥାଏ । ଯାହା ପାଇଁ ସେମାନେ ମାନସିକ ଅବସାଦର ମଧ୍ୟ ଶିକାର ହୁଅନ୍ତି । ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ ଯେ, ତା’ର ସମାଧାନ ପାଇଁ ଆପଣ କେତେ ଦୂର ପ୍ରୟାସ କରୁଛନ୍ତି । ଆପଣ ଅଫିସରେ କାମ କରିବାବେଳେ ହେଉଥିବା ସାଧାରଣ ଶାରୀରିକ ସମସ୍ୟା ଗୁଡିକ ହେଲା – ପିଠିର ଯନ୍ତ୍ରଣା, ବେକ ଓ କାନ୍ଧରେ ଯନ୍ତ୍ରଣା, ହାତରେ ଯନ୍ତ୍ରଣା ।

ଏଥିରୁ ରକ୍ଷା ପାଇବେ କିପରି
• ଲଗାତାର କାମ କରୁଥିଲେ ମଝିରେ ମଝିରେ ଉଠି ଚଲାବୁଲା କରନ୍ତୁୁ ।

• ବସିବାବେଳେ ସର୍ବଦା ମନେରଖନ୍ତୁ ଯେ, ଏମିତି ଜାଗାରେ ବସନ୍ତୁ ନାହିଁ ଯାହାଦ୍ୱାରା କି ଆପଣଙ୍କୁ ଅତିରିକ୍ତ ଉତ୍ତେଜନା ପଡ଼ିବ ବା ଶରୀର ଉପରେ ତାହାର ଚାପଟି ଅନୁଭବ ହୋଇବ!

• ଅଧିକ ସମୟ ଯାଏଁ ଫୋନରେ କଥା ହୁଅନ୍ତୁ ନାହିଁ । ଯଦି ଫୋନରେ କଥା ହେବା ଆପଣଙ୍କର ଡ୍ୟୁଟି ହୋଇଥାଏ ଆପଣ ଆପଣ ହେଡ଼ଫୋନ୍‌ ବା ସ୍ପିକର୍‌ର ପ୍ରୟୋଗ କରନ୍ତୁ । ଏପରି କରିବା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ବେଶି ସମୟ ଧରି ଫୋନରେ କଥା ହେଲେ ବେକ ଜନିତ ସମସ୍ୟା ଦେଖାଦେଇପାରେ ।