ବାଲେଶ୍ୱର ଜିଲ୍ଳାରେ ୨ ଗାଁ ଭିତରେ ବିବାଦକୁ ନେଇ ଉତ୍ତେଜନା ! ଅଭିଯୁକ୍ତକୁ ଗିରଫ କରିବାକୁ ଆସିଥିବା ପୁଲିସକୁ ଆକ୍ରମଣ,ଗାଡି ଭଙ୍ଗାରୁଜା

43

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ ଦୁଇ ଗାଁ ଭିତରେ ବିବାଦକୁ ନେଇ ତୁମୁଳକାଣ୍ଡ । କଲମା ଓ ବାଙ୍କଶିରା ଗାଁ ମଧ୍ୟରେ ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ ଉପରକୁ ଗ୍ରାମବାସୀ ଆକ୍ରମଣ କରିଛନ୍ତି । ଏପରିକି ପୁଲିସ ଗାଡି ଭଙ୍ଗାରୁଜା କରିଛନ୍ତି । ଗାଁଲୋକଙ୍କ ଆକ୍ରମଣରେ ପୁଲିସ ଏଏସଆଇ ରାଜେନ୍ଦ୍ର ପ୍ରସାଦ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୫ ଦିନ ପୂର୍ବରୁ କଲମା ଓ ବାଙ୍କଶିରା ଗାଁ ମଧ୍ୟରେ ବିବାଦ ଦେଖାଦେଇଥିଲା ।