ମୋଦିଙ୍କୁ କଡା ସମାଲୋଚନା କଲେ ପ୍ରୀୟଙ୍କା ଗାନ୍ଧୀ : ଭାଇଙ୍କ ସହାୟତା ଲାଗି ପ୍ରଚାର ମୌଦାନକୁ ଓହ୍ଲାଇଲେ କଂଗ୍ରେସର ଷ୍ଟାର କ୍ୟାମ୍ପେନର

36

କନକ ବ୍ୟୁରୋ : ମୋଦିଙ୍କୁ କଡା ସମାଲୋଚନା କଲେ ପ୍ରୀୟଙ୍କା ଗାନ୍ଧୀ । କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ସହାୟତା ଲାଗି ପ୍ରଚାର ମୌଦାନକୁ ଓହ୍ଲାଇଲେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ପ୍ରିୟଙ୍କା ଗନ୍ଧୀ । ପ୍ରିୟଙ୍କା ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଉତରପ୍ରଦେଶ ରାୟବରେଲୀ ରାଲିରେ ରାହୁଲଙ୍କ ସହ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବର୍ଷିଛନ୍ତି ପ୍ରିୟଙ୍କା । ବିମୁଦ୍ରାକରଣ ନିଷ୍ପତି ଜନବିରୋଧୀ ପଦକ୍ଷେପ ।

ଏବଂ ମୋଦି ସରକାର ବିଗତ ଅଢେଇ ବର୍ଷ ମଧ୍ୟରେ କେବଳ ଲୋକଙ୍କୁ ପ୍ରତାରଣା ଦେଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଜଣେ ବାହାରି ନେତା ଭାବେ ଚିତ୍ରଣ କରି ପ୍ରିୟଙ୍କା କହିଥିଲେ ଯେ, ଉତରପ୍ରଦେଶରେ ଏହି ମାଟିର ସନ୍ତାନଙ୍କ ଅଭାବ ନାହିଁ ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜ୍ୟ ପୋଶ୍ୟପୁତ୍ର ଭାବେ ଗ୍ରହଣ କରିବ ନାହିଁ  ।