କଂଗ୍ରେସର ପୋଷ୍ଟର ୱାର : ପୋଷ୍ଟରରେ ଦୁର୍ଗା ରୂପରେ ପ୍ରିୟଙ୍କା ଗାନ୍ଧୀ କରୁଛନ୍ତି ମହିଷାସୁର ମର୍ଦ୍ଦନ

77

ଲୋକସଭା ନିର୍ବାଚନ ପାଇଁ ଧିରେ ଧିରେ ମାହୋଲ ପ୍ରସ୍ତୁତ ହେଉଛି । ଏହା ସହିତ ପୋଷ୍ଟର ୱାର ମଧ୍ୟ ଆରମ୍ଭ ହୋଇଯାଇଛି । ପ୍ରଥମେ ପଟନା, ପୁଣି ଅମେଠିରେ ଲାଗିଥିବା ପୋଷ୍ଟରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମ ଦେଖାଯାଇଛି । ଏବେ ପ୍ରୟାଗରାଜରେ ଲାଗିଥିବା ପୋଷ୍ଟରରେ ପ୍ର୍ରିୟଙ୍କା ଗାନ୍ଧୀଙ୍କୁ ଦୁର୍ଗା ରୂପରେ ଦେଖିବାକୁ ମିଳୁଛି । ପୋଷ୍ଟରରେ ଲେଖା ହୋଇଛି କି, “କଂଗ୍ରେସର ଦୁର୍ଗା ଶତ୍ରୁଙ୍କ ବଧ କରିବ ।”

ସୂଚନାଯୋଗ୍ୟ, ନିକଟରେ ପ୍ର୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସର ମହାସଚିବ ନିଯୁକ୍ତ କରାଯାଇଛି ଏବଂ ତାଙ୍କୁ ପୂର୍ବ-ଉତ୍ତର ପ୍ରଦେଶର ପ୍ରଭାରୀ ମଧ୍ୟ ନିଯୁକ୍ତ କରାଯାଇଛି । ଏହି ପୋଷ୍ଟରରେ ଲେଖାଯାଇଛି କି, “କଂଗ୍ରେସର ଦୁର୍ଗା ଶତ୍ରୁଙ୍କ ବଧ କରିବ ।” ଏହା ସହିତ ଏଥିରେ ଅନେକ ସାରା ପ୍ରତିଶ୍ରୁତି ମଧ୍ୟ କରାଯାଇଛି । ଏହି ପ୍ରତିଶ୍ରୁତିରେ କୃଷକଙ୍କ ଋଣ କ୍ଷମା, ଲୋକପାଳ ବିଲ, ରାମ ମନ୍ଦିରର ଆରମ୍ଭ, ବ୍ୟବସାୟୀଙ୍କୁ ଜିଏସଟି ଛାଡ ଓ ମହଙ୍ଗା ଉପରେ ରୋକ୍ ଭଳି ପ୍ରମୁଖ ମୁଦ୍ଦା ଅଛି । ଏହି ପ୍ରକାରର ପୋଷ୍ଟର କୁମ୍ଭ ମେଳା ଅଂଚଳର ସେକ୍ଟର ୨,୩ ଓ ୧୪ରେ ଲଗାଯାଇଛି ।

ଏହା ପୂର୍ବରୁ ପଟନାରେ ବି କିଛି ଏହି ପ୍ରକାରର ପୋଷ୍ଟର ଲଗାଯାଇଥିଲା, ଯେଉଁଥିରେ କଂଗ୍ରେସ ଅଧ୍ୟ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମ ରୂପେ ଦେଖାଯାଇଥିଲା । ଏହି ପୋଷ୍ଟରରେ ଲେଖାଯାଇଥିଲା କି, “ୱେ ରାମ ନାମ ଜପତେ ରହେ, ତୁମ ବନକର ରାମ ଜିୟୋ ରେ ।”