ଆକ୍ସନରେ ପ୍ରିୟଙ୍କା ଗାନ୍ଧି: ବିନା ଲଂଚ ଡିନର କରି ୧୬ ଘଂଟା ଧରି କର୍ମକର୍ତ୍ତାଙ୍କର କଥା ଶୁଣିଲେ କଂଗ୍ରେସ ମହାସଚିବ

111

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ରାତି ସାରା ବୈଠକ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଅପରାହ୍ନ ସାଢ଼େ ଗୋଟାଏରୁ ଭୋର ୫ଟା ଯାଏଁ ଉତ୍ତରପ୍ରଦେଶର ବିଭିନ୍ନ ସଂଗଠନ ସହ ଆଲୋଚନା କରିଛନ୍ତି ପ୍ରିୟଙ୍କା । ଜିଲ୍ଳା ସ୍ତରରେ, ବ୍ଲକ ସ୍ତରରେ ଓ ତୃଣମୂଳ ସ୍ତରରେ ଦଳର ସ୍ଥିତି କେମିତି ରହିଛି ଏବଂ କିଭଳି ଏହାକୁ ଆହୁରି ମଜଭୁତ କରିହେବ ସେ ନେଇ ଆଲୋଚନା କରିଛନ୍ତି ପ୍ରିୟଙ୍କା । ବୈଠକ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ।

ସେ କହିଛନ୍ତି କି, ସେ ଦଳର ଭିନ୍ନ ସ୍ତରର ନେତାଙ୍କ ସହ ଦଳର ସ୍ଥିତି ନେଇ ଆଲୋଚନା କରିଛନ୍ତି । ଦଳର ସାଂଗଠନିକ ସ୍ଥିତି ନେଇ ତାଙ୍କୁ ବହୁତ କିଛି ଶିକ୍ଷା ମିଳିଛି । ସେ ଆଗାମି ଦିନରେ ଦଳକୁ ଆହୁରି ମଜବୁତ୍ କରିବେ । ତେବେ ସେ ଦଳୀୟ ସଂଗଠନକୁ ୟୁପିରେ ମଜବୁତ୍ କରିବାକୁ ଥିବାରୁ ସେ ନିର୍ବାଚନ ଲଢ଼ିବେ ନାହିଁ ।

ଅନ୍ୟପଟେ, ୟୁପି ରାଜନୀତିରେ ପ୍ରିୟଙ୍କା ଏଂଟ୍ରି ମାରିବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି । ପ୍ରିୟଙ୍କାଙ୍କୁ ଭେଟିବା ପାଇଁ ବହୁ ସଂଖ୍ୟାରେ ନେତା ଓ କର୍ମୀ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । ଯାହା ଫଳରେ ନେତା ଓ କର୍ମୀଙ୍କୁ ଭେଟି ଆଲୋଚନା କରୁ କରୁ ପ୍ରିୟଙ୍କାଙ୍କର ରାତି ପାହିଯାଇଥିଲ । ସେପଟେ, ୟୁପିରେ ପ୍ରିୟଙ୍କା ୪୧ଟି ଲୋକସଭା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ୩୯ଟି ଆସନ ଦେଖିବାକୁ ବାଂଟି ଦେଇଛନ୍ତି । ସୋମବାର ଦିନ ଲକ୍ଷେ୍ନøରେ ରୋଡ୍ ସୋ କରି ୟୁପି ରାଜନୀତିରେ ଏଂଟ୍ରି ମାରିଥିଲେ । ୪ଦିନିଆ ୟୁପି ଗସ୍ତରେ ଅଛନ୍ତି ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କାଙ୍କୁ ମହାସଚିବ ଭାବେ ଉତ୍ତରପୂର୍ବାଂଚଳ ଦାୟିତ୍ୱ ଦିଆଯାଇଛି ।