କଂଗ୍ରେସ କାର୍ଯ୍ୟାଳୟରେ ଲାଗିଲା ପ୍ରିୟଙ୍କା ଗାନ୍ଧୀଙ୍କ ନାମଫଳକ ! ଆଜି ରାହୁଲଙ୍କ ସହ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରଣନୀତି

132

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି ବିଦେଶ ଗସ୍ତରୁ ଫେରିଛନ୍ତି । ଆଉ ବିଦେଶରୁ ଫେରୁ ଫେରୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ତୁଗଲକ ରୋଡ଼୍ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ଆଜି ପ୍ରିୟଙ୍କା ଗାନ୍ଧୀ ବିଦ୍ଧିବଦ୍ଧ ଭାବେ କଂଗ୍ରେସ ମହାସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହାବ୍ୟତୀତ କଂଗ୍ରେସ ମୁଖ୍ୟାଳୟରେ ତାଙ୍କର ନାମଫଳକ ଲାଗିଯାଇଛି । ନାମଫଳକରେ ଲେଖାଯାଇଛି ‘ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମହାସଚିବ’ । ସୋମବାର ବିଦେଶ ଗସ୍ତରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ରାଜନୈତିକ ବୈଠକରେ ଭାଗ ନେବେ ପ୍ରିୟଙ୍କା ।

ସୂଚନାଅନୁସାରେ ଆଜି ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ଯୋଗଦେବେ । ଏହାବ୍ୟତୀତ କିଛି ନେନାଙ୍କ ସହ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ମଧ୍ୟ କରିବେ । ଆଜି ସନ୍ଧ୍ୟା ୫.୩୦ରେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନଧିଆ,ଉତ୍ତରପ୍େରଦଶର କିଛି ନେତାଙ୍କୁ ସାକ୍ଷାତ କରିବେ ।

ସୂଚନାଯୋଗ୍ୟ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛନ୍ତି । ତାଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପଶ୍ଚିମ ଉତ୍ତର ପ୍ରଦେଶର ଦାହିତ୍ୱ ଦେଇଛନ୍ତି । କଂଗ୍ରେସ ଦଳ ଉତ୍ତର ପ୍ରଦେଶରେ ସମସ୍ତ ୮୦ ଲୋକସଭା ସିଟରେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଛନ୍ତି ।