ଟ୍ୱିଟରରେ ଏଣ୍ଟ୍ରି କଲେ ପ୍ରିୟଙ୍କା ଗାନ୍ଧୀ : ୧୦ ଘଣ୍ଟା ଭିତରେ ହେଲେ ୧ଲକ୍ଷରୁ ବି ଅଧିକ ଫଲୋଅର୍ସ

208

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଟ୍ୱିଟରରେ ଏଣ୍ଟ୍ରି କରିଛନ୍ତି ଏବଂ ଏହାପରେ ୧୦ ଘଣ୍ଟା ଭିତରେ ହିଁ ତାଙ୍କର ଫଲୋଅର୍ସ ସଂଖ୍ୟା ୧ଲକ୍ଷରୁ ଅଧିକ ହୋଇଯାଇଛି । କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ପ୍ରିୟଙ୍କାଙ୍କୁ ସୋସିଆଲ ମିଡିଆର ନୂଆ ସୁପରଷ୍ଟାର କହିଛନ୍ତି । ଥରୁର ପ୍ରିୟଙ୍କାଙ୍କ ପ୍ରଥମ ଦିନର ଲୋକପ୍ର୍ରିୟତାର ତୁଳନା ସୁପରଷ୍ଟାର ରଜନୀକାନ୍ତ ସହିତ କରିଛନ୍ତି । ସେ କହିଛନ୍ତି କି, ରଜନୀକାନ୍ତ ହିଁ କେବଳ ଏମିତି ଜଣେ ବ୍ୟକ୍ତି ଯାହାଙ୍କ ୨୪ ଘଣ୍ଟାରେ ଟ୍ୱିଟରରେ ୨ଲକ୍ଷ ଫଲୋଅର୍ସ ହୋଇଯାଇଥିଲେ ।

ଶଶି ଥରୁର କହିଛନ୍ତି କି, ଏପର୍ଯ୍ୟନ୍ତ ପ୍ରିୟଙ୍କା ଗାନ୍ଧୀଙ୍କୁ ଟ୍ୱିଟରକୁ ଆସିବାର ମାତ୍ର ୧୨ ଘଣ୍ଟା ହି ହୋଇଛି ଏବଂ ତାଙ୍କର ୧ଲକ୍ଷ ଫଲୋଅର୍ସ ହୋଇସାରିଲେଣି । ଏମିତି ଜଣାପଡୁଛି କି, ସେ ରଜନୀକାନ୍ତଙ୍କ ପ୍ରତିଦ୍ୱନ୍ଦୀ । ଟ୍ୱିଟରରେ ଆକାଉଣ୍ଟ ଖୋଲିଥିବା ପ୍ରଥମ କଂଗ୍ରେସ ନେତା ଶଶି ଥରୁର ଥିଲେ ଓ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଟ୍ୱିଟରରେ ଲୋକ ତାଙ୍କୁ ବେଶି ଫଲୋ କରନ୍ତି । ପ୍ରିୟଙ୍କା ଗାନ୍ଧୀ ଏପର୍ଯ୍ୟନ୍ତ କୌଣସି ଟ୍ୱିଟ କରିନାହାଁନ୍ତି କିନ୍ତୁ ଏହାପୂର୍ବରୁ ହିଁ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧ଲକ୍ଷ ଟପିସାରିଛି । ପ୍ର୍ରିୟଙ୍କାଙ୍କ ଟ୍ୱିଟର ହ୍ୟାଣ୍ଡଲ ‘ଅପ୍ରିୟଙ୍କା ଗାନ୍ଧୀ’ । ଟ୍ୱିଟରରେ ଏବେ ସେ କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲ, ରାହୁଲ ଗାନ୍ଧୀ , ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟ୍, ଅଶୋକ ଗେହଲଟ୍ ଓ ରଣଦୀପ ସୂର୍ଯ୍ୟେବାଲା ଓ ଅହମଦ ପଟେଲଙ୍କୁ ଫଲୋ କରୁଛନ୍ତି ।