ମୋଦି ହେଲେ ଚୌକିଦାର ! ପ୍ରିୟଙ୍କା ଗାନ୍ଧୀ କହିଲେ, କୃଷକଙ୍କ ପାଇଁ ନୁହେଁ ଧନୀ ଲୋକଙ୍କ ପାଇଁ ଆବଶ୍ୟକ ଚୌକିଦାର

144

କନକ ବ୍ୟୁରୋ : କଂଗ୍ରେସ ମହାସଚିବଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ଗସ୍ତରେ ଚୌକିଦାର ପ୍ରସଙ୍ଗ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଉତ୍ତରପ୍ରଦେଶ ପାଇଁ କଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ ନୂଆ ରାଜନୀତି ଆରମ୍ଭ କରିବା ପାଇଁ ପଠାଇଛନ୍ତି । ସେ କହିଛନ୍ତି କୃଷକଙ୍କର ନୁହେଁ ଧନୀ ଲୋକଙ୍କ ଚୌକିଦାର ଥାଆନ୍ତି । ଆଜି ଦେଶରେ କୃଷକଙ୍କୁ ଖାଦ୍ୟଶଷ୍ୟର ଉଚିିତ ଦାମ ମିଳୁନାହିଁ । ସୂଚନାଯୋଗ୍ୟ ଗତ ଶନିବାର ଠାରୁ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଅନେକ ଦିଗ୍ଗଜ ନେତା ଟ୍ୱିଟରରେ ନିଜ ନା ପୂର୍ବରୁ ଚୌକିଦାର ଯୋଡ଼ିଛନ୍ତି ।

ସୂଚନାଯୋଗ୍ୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଠାରୁ ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ପ୍ରୟାଗରାଜ ଗଙ୍ଗାକୂଳରେ ପୂଜାର୍ଚ୍ଚନା କରି ପ୍ରିୟଙ୍କା ଆରମ୍ଭ କରିଛନ୍ତି ମିଶନ ୟୁପି କାର୍ଯ୍ୟକ୍ରମ । ହନୁମାନ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ଆରମ୍ଭ କରିଛନ୍ତି ଗଙ୍ଗା ଯାତ୍ରା । ପ୍ରୟାଗରାଜରୁ ମୋଦିଙ୍କ ଲୋକସଭା ନିର୍ବାଚନୀ କ୍ଷେତ୍ର ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରିବେ ପ୍ରିୟଙ୍କା । ଏହି ଯାତ୍ରା ପାଖାପାଖି ୧୪୦ କିଲୋମିଟର ହେବ । ତିନି ଦିନ ଧରି ଏହି ଯାତ୍ରା କରିବେ ।

ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରିୟଙ୍କା । ଚଳିତ ଥର ପ୍ରିୟଙ୍କାଙ୍କ ଉପରେ ପୂର୍ବ ଉତରପ୍ରଦେଶର ୪୦ ଲୋକସଭା ଆସନର ଦାୟିତ୍ୱ ରହିଛି । ତେବେ ସେ ରାଜ୍ୟର ସମସ୍ତ ଆସନ ଉପରେ ଫୋକସ କରୁଥିବା ଜଣାପଡିଛି । ପ୍ରୟାଗରାରୁ ପ୍ରିୟଙ୍କା ଆରମ୍ଭ କରିଛନ୍ତିଗଭ୍ଗାରେ ନୌଗା ଯାତ୍ରା କରି ସଂସଦୀୟ କ୍ଷେତ୍ର ବାରାଣାସୀ ଯିବେ । ପ୍ରିୟଙ୍କାଙ୍କ ଏହି ଯାତ୍ରା ୧୪୦ କମି ଯାତ୍ରା କରିବେ ।