ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ୍ ! କହିଲେ, ଧନୀ ଲୋକଙ୍କ ଡ୍ୟୁଟି କରୁଛନ୍ତି ମୋଦି, ଗରିବଙ୍କ କଥା ଚିନ୍ତା ନାହିଁ ।

126

କନକ ବ୍ୟୁରୋ : ପୁଣିଥରେ ପ୍ରିୟଙ୍କା ଗାନ୍ଧୀଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଖୁଚାଷୀଙ୍କ ସମସ୍ୟାକୁ ନେଇ ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଟ୍ୱିଟ୍ କରି ପ୍ରିୟଙ୍କା କହିଛନ୍ତି ଆଖୁଚାଷୀଙ୍କ ପରିବାର ଦିନରାତି ପରିଶ୍ରମ କରୁଛନ୍ତି । ତେବେ ୟୁପି ସରକାର ସେମାନଙ୍କ ଭରଣପୋଷଣର ଦାୟିତ୍ୱ ନେବାକୁ ପଛଘୁଂଚା ଦେଉଛନ୍ତି ।

କୃଷକଙ୍କ ୧୦ ହଜାର କୋଟି ଟଙ୍କାର ରୁଣର ମାନେ ହେଉଛି ସେମାନଙ୍କ ପିଲାମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଗାମୀ ଫସଲ ଠପ୍ ହୋଇଯିବା । ପ୍ରିୟଙ୍କା କହିଛନ୍ତି ଦେଶର ଚୌକିଦାର କେବଳ ଧନୀ ଲୋକଙ୍କ ପାଇଁ ଡ୍ୟୁଟି କରନ୍ତି, ଗରିବଙ୍କ କଥା ଚିନ୍ତା କରନ୍ତି ନାହିଁ । ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ପ୍ରିୟଙ୍କା ଏବେ ମୋଦି ଓ ବିଜେପିକୁ ବାରମ୍ବାର ଟାର୍ଗେଟ୍ କରିଆସୁଛନ୍ତି । ଏହି କ୍ରମରେ ଆସିଛି ପ୍ରିୟଙ୍କାଙ୍କ ନୂଆ ଟ୍ୱିଟ୍ ।

ତେବେ ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ନେତାଙ୍କ ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି । ଜନମତ ହାସଲ କରିବା ପାଇଁ ପରସ୍ପରକୁ ଉପରେ ଦୋଷ ଲଦାଲଦି ହେଉଛନ୍ତି ରାଜନୈତିକ ଦଳ । ତେବେ ସମୟ କହିବ, କାହା କଥାରୁ ବିଶ୍ୱାସକୁ ନେଉଛନ୍ତି ସାଧାରଣ ଜନତା ।