ସୋନଭଦ୍ର ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି : ଚୁନାର ଗେଷ୍ଟ ହାଉସରେ ରାତି ସାରା ରହିଲେ ପ୍ରିୟଙ୍କା, ମୃତକଙ୍କ ପରିବାରକୁ ଭେଟିବାକୁ ଜିଦରେ ଅଟଳ

293

କନକ ବ୍ୟୁରୋ : ସୋନଭଦ୍ର ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି ଜୋର୍ । ପ୍ରିୟଙ୍କାଙ୍କ ରାତି କଟିଲା ଚୁନାର ଗେଷ୍ଟ ହାଉସରେ । ଗେଷ୍ଟ ହାଉସରେ ସାରା ରାତି ବିନା ବିଜୁଳିରେ ଗେଷ୍ଟ ହାଉସରେ ଧାରଣା ଦେଇଛନ୍ତି ପ୍ରିୟଙ୍କା । ହତ୍ୟାକାଣ୍ଡ ପରେ ସାରା ସୋନଭଦ୍ର ଅଂଚଳରେ ଲାଗି ରହିଛି ଚାପା ଉତ୍ତଜନା । ଏପରି ସ୍ଥିତିରେ ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୃତକଙ୍କ ପରିବାରକୁ ସାକ୍ଷାତ କରିବାକୁ ସମର୍ଥକଙ୍କ ସହ ବାହାରିଥିଲେ । ହେଲେ ମିର୍ଜାପୁର ଯିବା ବେଳେ ନାରାୟଣପୁର ପୋଲିସ ଷ୍ଟେସନ ନିକଟରେ ପ୍ରିୟଙ୍କାଙ୍କ ଗାଡି ଅଟକାଇଥିଲା ପୋଲିସ ।

ସେହି ଠାରେ ଧାରଣାରେ ବସିଥିଲେ ପ୍ରିୟଙ୍କା । ଫଳରେ ଅନ୍ୟ ଉପାୟ ନପାଇ ପୋଲିସ ତାଙ୍କୁ ଉଠାଇ ଗେଷ୍ଟ ହାଉସରେ ରଖିଥିଲା । ପରେ ତାଙ୍କୁ ଗେଷ୍ଟ ହାଉସରେ ଅଟକ ରଖି ଥିଲା । ପୋଲିସ ନଜରରେ ଥିବା ପ୍ରିୟଙ୍କାଙ୍କ ସାରା ରାତି କଟିଛି ଚୁନାର ଗେଷ୍ଟ ହାଉସରେ । ପ୍ରିୟଙ୍କା ଗେଷ୍ଟ ହାଉସ ଭିତରେ ଅଟକ ଥିବା ବେଳେ , ଗେଷ୍ଟ ହାଉସ ବାହାରେ ଦେଖିବାକୁ ମିଳିଥିଲା କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ । ସେମାନେ ମଧ୍ୟ ରାତି କଟାଇଥିଲେ ବାହାରେ । ହତ୍ୟାକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିବାକୁ ଯିବାକୁ ଦିଆନ ଯିବାକୁ ସମାଲୋଚନା କରିଛି କଂଗ୍ରେସ । ୟୁପିରେ ବିଜେପିର ଏହା ଗୁଣ୍ଡାରାଜ ବୋଲି କଂଗ୍ରେସ କହିଛି ।