ପ୍ରୟାଗରାଜ ପୋଷ୍ଟରରେ ଛାଇଲେ ପ୍ରିୟଙ୍କା ଗାନ୍ଧୀ : ଲେଖା ହେଲା ‘ଗଙ୍ଗାର ଝିଅ, ଜିତିବ ୟୁପି’

127

ପ୍ରୟାଗରାଜ କୁମ୍ଭକୁ ପ୍ରିୟଙ୍କା ଗାନ୍ଧୀଙ୍କ ଯିବାର ଖବର ଆସିବା ପରେ ହିଁ ଉତ୍ତର ପ୍ରଦେଶର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନୂଆ ଜୋଶ୍ ଦେଖିବାକୁ ମିଳୁଛି । ତାଙ୍କ ସ୍ୱାଗତ ପାଇଁ କେତେକ ବ୍ୟାନର-ପୋଷ୍ଟର ଲଗାଯାଇଛି । ଏଥିରେ ପ୍ର୍ରିୟଙ୍କାଙ୍କୁ ‘ଗଙ୍ଗାର ଝିଅ’ ଲେଖାଯାଇଛି । ଏହା ସହିତ ଲେଖା ହୋଇଛି କି, ସେ ୟୁପି ଜିତିବାକୁ ଆସିଛନ୍ତି । କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ହିସାବରେ ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିରେ ଏଣ୍ଟ୍ରି ଦଳ ପାଇଁ ସଂଜୀବନୀର କାମ କରିବ । ଉଲ୍ଲେଖନୀୟ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଭଉଣୀକୁ ରାଷ୍ଟ୍ରୀୟ ମହାସଚିବ କରିବା ସହିତ ଲୋକସଭା ନିର୍ବାଚନ ୨୦୧୯ ପାଇଁ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ମଧ୍ୟ କରିଛନ୍ତି ।

ରିପୋର୍ଟ ମୁତାବକ, ଏହି ପୋଷ୍ଟର କଂଗ୍ରେସର ପୋଷ୍ଟର ବୟ ହସିବ ଅହମଦ ଲଗାଇଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଷ୍ଟରରେ ହାତ ଯୋଡି ଅଭିବାଦନ କରୁଥିବା ପ୍ରିୟଙ୍କାଙ୍କ ସହିତ ଦିବଙ୍ଗତ ଇନ୍ଦିରା ଗାନ୍ଧୀ, ସୋନିଆ ଓ ରାହୁଲଙ୍କୁ ମଧ୍ୟ ସ୍ଥାନ ମିଳିଛି । ଏହା ସହିତ ୟୁପି କଂଗ୍ରେସ ଅଧ୍ୟକ୍ଷ ରାଜ ବବର ଓ ପ୍ରବକ୍ତା ପ୍ରମୋଦ ତିୱାରୀ ମଧ୍ୟ ଅଛନ୍ତି ।