ପ୍ରିୟଙ୍କା ନେଇପାରନ୍ତି ସୋନିଆଙ୍କ ସ୍ଥାନ !

34

କନକ ବ୍ୟୁରୋ : ପ୍ରିୟଙ୍କା ନେଇପାରନ୍ତି ସୋନିଆଙ୍କ ସ୍ଥାନ । ଅର୍ଥାତ୍ ସୋନିଆ ଗାନ୍ଧି  ଲଢ଼ୁଥିବା ଆସନରୁ ପ୍ରିୟଙ୍କା ହୋଇପାରନ୍ତି ପ୍ରାର୍ଥୀ । ୨୦୧୯ ନିର୍ବାଚନରେ ଉତରପ୍ରଦେଶର ରାଏବରେଲି ଆସନରୁ ନିର୍ବାଚନ ଲଢ଼ିବା ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବର୍ଷ ବର୍ଷ ଧରି ଗାନ୍ଧି ପରିବାର ହାତରେ ଥିବା ଏହି ଆସନକୁ ନିଜ ହାତରେ ରଖିବା ପାଇଁ ଏଥର ପ୍ରିୟଙ୍କା ଗାନ୍ଧୀ ଅଂଟା ଭିଡୁଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ରାଜନୀତିରୁ ମା’ ସୋନିଆ ଗାନ୍ଧିଙ୍କ ଅବସର ନେଇ ସଂକେତ ଏବଂ ଭାଇ ଦଳର ଅଧ୍ୟକ୍ଷ ବନିଥିବା ବେଳେ ପ୍ରିୟଙ୍କା ଏଣିକି ପ୍ରତ୍ୟକ୍ଷ ଭାବରେ ରାଜନୀତିର ମୈଦାନକୁ ଓହ୍ଲାଇବା ନେଇ ବାଟ ପରିଷ୍କାର ହୋଇଛ ।

ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ସୋନିଆ ଶୀତ ଅଧିବେଶନ ପୂର୍ବରୁ ଅବସର ନେବାର ସମୟ ଆସିଛି ବୋଲି ସୋନିଆ କହିଥିଲେ । କଂଗ୍ରେସ ଦଳ ସହ ଅତି ନିକଟରୁ ଜଡ଼ିଥିବା କିଛି ବରିଷ୍ଠ ନେତା ଏଭଳି ଆଭାଷ ଦେଇଛନ୍ତି । ଇନ୍ଦିରା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରିୟଙ୍କା ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର ବି କରିଥିଲେ । ଆଉ ଆଜି ଯେତେବେଳେ ଭାଇ ରାହୁଲ ଗାନ୍ଧି ଅଧ୍ୟକ୍ଷ ହୋଇଛନ୍ତି, ତାଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସେ ମୈଦାନକୁ ଓହ୍ଲାଇବେ ବୋଲି କଂଗ୍ରେସର ବିଶ୍ୱସ୍ତ ମହଲରୁ ସୂଚନା ମିଳୁଛି ।