ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ! ପୁଣି ଏକାଠି ନଜର ଆସିବେ କିଙ୍ଗ ଖାନ ଓ ଦେସୀ ଗର୍ଲ

51

ବହୁ ଦିନର ବ୍ୟବଧାନ ପରେ ବଲିଉଡ କିଙ୍ଗ୍ ଶାହରୁଖ ଖାନ ଓ ଦେସୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ପୁଣିଥରେ ଏକାଠି ଅଭିନୟ କରିବାର ଦେଖିବାକୁ ପାଇବେ ଦର୍ଶକ । ସଞ୍ଜୟ ଲୀଲା ଭନସାଲିଙ୍କ ନିର୍ଦ୍ଦେଶିତ ଏକ ସିନେମାରେ ଉଭୟ ନଜର ଆସିବେ ବୋଲି ସୂଚନା ମିଳିଛି ।

ତେବେ ଡନ୍,ଡନ୍-୨ଠାରୁ ଆରମ୍ଭ କରି ରାୱନ୍ ଆଦି ସିନେମାରେ ଏକାଠି କାମ କରୁ କରୁ ଶାହରୁଖ-ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ଆଉ କଥାଟା ଏତେବାଟକୁ ଆଗେଇ ଯାଇଥିଲା ଯେ ଶାହରୁଖଙ୍କ ପନ୍ତ୍ରୀ ଗୌରୀଙ୍କ ମଧ୍ୟରେ ତଲାକ୍ ହେବାକୁ ବସିଥିଲା । କିନ୍ତୁ ତାରଠାରୁ ଉଭୟଙ୍କୁ କେବେ ଏକାଠି ଦେଖିବାକୁ ମିଳି ନଥିଲା ।

ଶୁଣାଯାଉଛି ଦୁହିଁଙ୍କୁ ପୁଣି ଥରେ ଏକାଠି କରିବାକୁ ରିକ୍ସ ନେଇଛନ୍ତି ସଞ୍ଜୟ ଲୀଲା ଭନସାଲି । ଦୀର୍ଘ ୧୪ ବର୍ଷପରେ ଭନସାଲି ଓ ଶାହରୁଖ ପୁଣି ଥରେ ଏକାଠି ସିନେମା କରିବାକୁ ଯାଇଛନ୍ତି । ତେବେ ସିନେମାଟି ପ୍ରଖ୍ୟାତ ସାୟର ସାହିର ଲୁଧିଆନବିଙ୍କ ଜୀବନି ଉପରେ ଆଧାରିତ ।