ଦେଶୀ ଗର୍ଲଙ୍କ ବିଦେଶୀ ଚୁମ୍ବନ ! ଭାଇରାଲ୍ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ‘କ୍ୱାଣ୍ଟିକୋ ୨’ର ଦୃଶ୍ୟ

80

ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ଟେଲିଭିଜନ ସୋ ‘କ୍ୱାଣ୍ଟିକୋ’ ସିଜିନ ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ‘କ୍ୱାଣ୍ଟିକୋ’ର ଯେଉଁ ଏପିସଡ ପ୍ରସାରଣ ହୋଇଥଲା ସେଥିରେ ପ୍ରିୟଙ୍କା ବହୁତ ହଟ୍ ଅବତାରେ ଦେଖାଦେଇଛନ୍ତି । ଏହି ଏପିସୋଡରେ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଜ୍ୟାକ ମକଲାଫଲିଙ୍ଗଙ୍କର ସହ ଜବରଦସ୍ତ ଚୁମ୍ବନ ଦୃଶ୍ୟ ସୁଟ ହୋଇଥିଲା । ସର୍ବସାଧାରଣ ସ୍ଥାନରେ ଉଭୟେ ଖୁବ ସହଜରେ ଏହି ଲିପଲକ୍ ଦୃଶ୍ୟ କରିଥିଲ ।

ଉକ୍ତ ଚୁମ୍ବନ ଦୃଶ୍ୟ ମିଡିଆରେ ବହୁତ ଶ୍ରୀଘ୍ର ଭାଇରାଲ ହୋଇଛି । ଏହି ଦୃଶ୍ୟ ‘କ୍ୱାଣ୍ଟିକୋ ସିଜିନ ୨’ର ୧୪ ତମ ଏପିସୋଡରରେ ଦେଖାଯାଇଥଲା । ଏହା ପୂର୍ବରୁ ପ୍ରଥମ ସିଜିନରେ ମଧ୍ୟ ପ୍ରିୟଙ୍କା ଚୋପ୍ରା ଅନେକ ଅନ୍ତରଙ୍ଗ ଦୃଶ୍ୟ ଦେଇଥିଲେ । ସେହି ସମୟରେ ମଧ୍ୟ ଉକ୍ତ ସିଜିନର ଫଟୋ ଓ ଭିଡିଓ ବହୁତ ଭାଇରାଲ ହୋଇଥିଲା । ଦ ଏହି ଟେଲିଭିଜନ ସୋ’ରେ ପ୍ରିୟଙ୍କା ଜଣେ ସିଆଇଏ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି ।