୨୫ ମିଲିୟନ ଫଲୋଅର୍ସ ସହିତ ସମସ୍ତଙ୍କୁ ପଛରେ ପକାଇଲେ ଦେଶୀ ଗର୍ଲ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ବି ଅଛନ୍ତି ଆଗରେ

23

ପ୍ରିୟଙ୍କା ଚୋପ୍ରାଙ୍କ ନାଁ ଦୁନିଆର ସବୁଠାରୁ ହଟ୍ ମହିଳାଙ୍କ ନାଁରେ ସାମିଲ ହୋଇଛି । ଏହାଦ୍ୱାରା ପ୍ରିୟଙ୍କାଙ୍କ ନାଁ ଆଉ ଏକ ନୂଆ ଲିଷ୍ଟରେ ସାମିଲ ହୋଇଛି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ପ୍ରିୟଙ୍କା ଏବେ ଭାରତର ପ୍ରଥମ ମହିଳା ହୋଇଛନ୍ତି ଯାହାଙ୍କର ଇନଷ୍ଟାଗ୍ରାମରେ ଫଲୋଅର୍ସ ଖୁବ ଅଧିକ ଅଛନ୍ତି ।

ବଲିଉଡ ପରେ ହଲିଉଡରେ ମଧ୍ୟ ପ୍ରିୟଙ୍କା ନିଜର ଯାଦୁ କରିବାରେ ସକ୍ଷମ ହୋଇଛନ୍ତି । କ୍ୱାଂଟିକୋ ସିରିଏଲ ଜରିଆରେ ହଲିଉଡରେ ପାଦ ଦେଇଥିବା ପ୍ରିୟଙ୍କା ସାତ ସମୁଦ୍ର ପାର ହୋଇ ମଧ୍ୟ ଫେମସ ହୋଇଛନ୍ତି । ଯାହାର ପ୍ରମାଣ ହେଉଛି ତାଙ୍କ ପାଇଁ ବଢୁଥିବା ଲୋକପ୍ରିୟତା । ନିଜର ଏପରି ବଢୁଥିବା ଲୋକପ୍ରିୟତା କାରଣରୁ ପ୍ରିୟଙ୍କା ପଦ୍ମାବତ ଅଭିନେତ୍ରୀ ଦୀପିକାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ନୂଆ ରେକର୍ଡ ମୁତାବିକ ବଲିଉଡ ଦେଶୀଗାର୍ଲଙ୍କର ଇନଷ୍ଟାଗ୍ରାମରେ ଫଲୋର୍ସଙ୍କ ସଂଖ୍ୟା ୨୫ ମିଲିୟନ ହୋଇଯାଇଛି । ପ୍ରିୟଙ୍କାଙ୍କର ଏହି ରେକର୍ଡ ଦୀପିକାଙ୍କୁ ପଛରେ ପକାଇ ଦେଇଛି । ଏବେ ଦୀପିକାଙ୍କ ଫଲୋଅର୍ସ ସଂଖ୍ୟା ଇନଷ୍ଟାଗ୍ରାମରେ ୨୪.୯ ମିଲିୟନ ହୋଇଯାଇଛି । ପ୍ରିୟଙ୍କାଙ୍କର ଏହି ନୂଆ ରେକର୍ଡ କେବଳ ଦୀପିକାଙ୍କୁ ନୁହେଁ ବରଂ ବଲିଉଡ ଏବଂ କ୍ରିକେଟର ଅନେକ ଲୋକଙ୍କୁ ପଛରେ ପକାଇ ଦେଇଛି । ଫଲୋଅର୍ସ ସଂଖ୍ୟା ବିଷୟରେ କହିବାକୁ ଗଲେ ବିରାଟ ୨୨.୭ ମିଲିଅନ, ଆଲିୟା ଭଟ୍ଟ ୨୨.୭ ମିଲିଅନ, ଏବଂ ଶ୍ରଦ୍ଧା କପୁର ୨୧.୭ମିଲିଅନ ସ୍ତରରେ ରହିଛନ୍ତି ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ପ୍ରିୟଙ୍କାଙ୍କର ଫଲୋଅର୍ସ କେବଳ ଇନଷ୍ଟାଗ୍ରାମରେ ନୁହଁନ୍ତି ବରଂ ଫେସବୁକ ଏବଂ ଟ୍ୱିଟରରେ ମଧ୍ୟ ଅଧିକ ରହିଛନ୍ତି । ଫେସବୁକରେ ପ୍ରିୟଙ୍କା ୩୭ମିଲିଅନ ଫଲୋର୍ସ ରହିଛନ୍ତି । ଏହି କାରଣରୁ ଜଣା ପଡିଛି ଯେ ବଲିଉଡରେ ଦେଶୀଗାର୍ଲ ସୋସିଆଲ ମିଡିଆର କ୍ୱିନ ପାଲଟି ଯାଇଛନ୍ତି । ଏବେ କିଛି ଦିନ ହେବ କିଛି ସେଲିବ୍ରିଟି ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି, ସେହି ତାଲିକାରେ ଐଶ୍ୱର୍ଯ୍ୟା ରାୟଙ୍କ ନାଁ ମଧ୍ୟ ରହିଛି ।