priyanka chopra in flare magazine cover page

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଏବେ ସଫଳ କ୍ୟାରିୟରର ଲମ୍ବା ଦୈାଡରେ । ଦିନକୁ ଦିନ ଖୁବ୍ ଅଭିଜ୍ଞତା ସାଉଁଟିବା ସହ ଝଟକିବାରେ ଲାଗିଛନ୍ତି ରିଲ ଓ ରିୟଲ ଲାଇଫରେ । ୨୦୦୦ମସିହାର ମିସ୍ ୱାଲ୍ଡ ବିଜେତା ପ୍ରିୟଙ୍କା ଏବେ ଆନ୍ତର୍ଜାତିକ ମାଗାଜିନରେ ସ୍ଥାନ ପାଇଛନ୍ତି । କାନାଡିଆନ୍ ମାଗାଜିନ୍ ଫ୍ଲେୟାରର କଭର ପୃଷ୍ଠାରେ ସ୍ଥାନ ପାଇଛନ୍ତି ଏହି ବଲିଉଡ ଦିଭା ।
ହଲିଉଡ,ବଲିଉଡ ସବୁଠି ଦେଖେଇଲେଣି ପିୟଙ୍କା ତାଙ୍କର ଜଲୱା । ମେ ୨୦୧୭ରେ ପରଦାକୁ ଆସୁଛି ପ୍ରିୟଙ୍କାଙ୍କ ବହୁ ପ୍ରତୀକ୍ଷିତ ହଲିଉଡ ଫିଲ୍ମ ବେ ୱାଚ୍ । ଏଥିରେ ଜଣେ ସୁନ୍ଦରୀ ଭିଲିଆନ୍ ହୋଇ ଦର୍ଶକଙ୍କ ମନୋରଂଜନ କରିବେ ପିୟଙ୍କା ।