ଫସିଗଲେ ପ୍ରିୟଙ୍କା ! ଆୟକର ବିଭାଗ ଜାଲରେ ବଲିଉଡର ଦେଶୀଗର୍ଲ

58

ବଲିଉଡରୁ ହଲିଉଡ ଯାଏ ସଫଳତାର ଯାତ୍ରା ବଜାୟ ରଖିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ଏକ ବିବାଦ ଘେରରେ ଫସିଯାଇଛନ୍ତି । ଏବେ କିନ୍ତୁ ତାଙ୍କର କୌଣସି ଲୁକ୍ସ କିମ୍ବା ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ଟିକସ ମାମଲାରେ ଫସିଛନ୍ତି ପ୍ରିୟଙ୍କା । କେତେକ ବିଳାସପୂର୍ଣ୍ଣ ତଥା ମହଙ୍ଗା ସାମଗ୍ରୀକୁ ନେଇ ଆୟକର ବିଭାଗ ପ୍ରିୟଙ୍କାଙ୍କୁ ଘେରିଛନ୍ତି ବୋଲି ଶୁଣାଯାଉଛି ।

ତେବେ ଏହି ଭବ୍ୟ ସାମଗ୍ରୀଗୁଡିକ ସେ କିଣିନାହାନ୍ତି, ବରଂ ଉପହାର ଭାବେ ପାଇଛନ୍ତି ବୋଲି ପ୍ରିୟଙ୍କା ଦାବି କରିଛନ୍ତି । କିନ୍ତୁ ଆୟକର ବିଭାଗ କହିବା ଅନୁଯାୟୀ ପ୍ରିୟଙ୍କାଙ୍କୁ ଭାରତୀୟ ଆଇନ ଅନୁଯାୟୀ ଉପହାରରେ ମିଳିଥିବା ଜିନିଷର ଟିକସ ମଧ୍ୟ ଭରିବାକୁ ପଡିବ । ନିଜ ଉପରେ ଲାଗିଥିବା ଏହି ଅଭିଯୋଗକୁ ପ୍ରିୟଙ୍କା ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଏହି ବିଳାସପୂର୍ଣ୍ଣ କାର ଏବଂ ଭବ୍ୟ ଘଡ଼ି ଉପହାର ଭାବେ ମିଳିଛି ।

ଏଭୟଲଭିଏମଏଚ-ଟ୍ୟାଗ ଘଂଟାର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହୋଇଥିବାବେଳେ ଟୋୟୋଟା ଫ୍ରିଅସ କାରର ଦାମ ୨୭ ଲକ୍ଷ ଟଙ୍କା । ଏହି ଦୁଇଟି ଜିନିଷ ତାଙ୍କୁ ଏକ କମ୍ପାନୀ ତରଫରୁ ଉପହାର ମିଳିଛି । ନିଜର ବ୍ୟକ୍ତିଗତ ଆୟରେ ସାମିଲ କରିନାହନ୍ତି । ଏଣୁ ସେଗୁଡିକର ଟ୍ୟାକ୍ସ ଦେଇନାହାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ପ୍ରିୟଙ୍କାଙ୍କ କଥାକୁ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ଖଣ୍ଡନ କରିଛି । ଏହି ଦୁଇଟି ଯାକ ଜିନିଷ ଇନକମ ଟ୍ୟାକ୍ସ ଅଧୀନରେ ଆସୁଛି । ଉକ୍ତ ସାମଗ୍ରୀ ଉପରେ ମଧ୍ୟ ପ୍ରିୟଙ୍କାଙ୍କୁ ଟିକସ ଦେବାକୁ ପଡ଼ିବ ବୋଲି ବିଭାଗ କହିଛି ।