ଓସ୍କାର ସମାରୋହରେ ସାମିଲ ହେବେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା !

36

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ୮୯ ତମ ଓସ୍କାର ବାର୍ଷିକ ପୁରଷ୍କାର ସମାରୋହରେ ସାମିଲ ହେବା ପାଇଁ ପ୍ରସ୍ତୁତ । ଏହି କଥା ନିଜେ ପ୍ରିୟଙ୍କା ଚୋପ୍ରା ସ୍ଫଷ୍ଟ କରିଛନ୍ତି । ‘କ୍ୱାଣ୍ଟିକୋ’ର ଏହି ତାରକା ଗତ ବର୍ଷ ଓସ୍କାରରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ।

ସେହି ସମୟରେ ପ୍ରିୟଙ୍କା ଲେବାନନୀ ଡିଜାଇନର ଜୁହୈର ମୁରାଦଙ୍କ ଡିଜାଇନ କରା ଯାଇଥିବା ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ । ପ୍ରିୟଙ୍କାଙ୍କ ହଲିଉଡ ସିନେମା ‘ବେୱାଚ’ ପ୍ରଦର୍ଶିତ କରାଯିବ, ଯେଉଁଠି ତାଙ୍କ ସହ ଡବେନ ଜନସନ ଓ ଜ୍ୟାକ ଏକ୍ରୋନ ନଜର ଆସିବେ । ଏହି ସିନେମାରେ ପ୍ରିୟଙ୍କା ଖଳନାୟିକା ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିନେମା ମେ ମାସରେ ରିଲିଜ ହେବ ବୋଲି ଜଣାପଡିଛି ।