୩୬ ବର୍ଷରେ ପାଦ ପକାଇଲେ ବଲିଉଡର ଦେଶୀ ଗାର୍ଲ : ଜାଣନ୍ତୁ ତାଙ୍କର ସଫଳ କ୍ୟାରିୟର ବିଷୟରେ

33

ବଲିଉଡ୍ ପିଗି ଚପସ୍ ପ୍ରିୟଙ୍କା ଚୋପ୍ରା ୩୬ ବର୍ଷରେ ପାଦ ରଖିଛନ୍ତି । ପ୍ରଥମେ ମିସ୍ ୱାର୍ଲ୍ଡ କ୍ରାଉନ୍ ଆଉ ତାପରେ ବଲିଉଡରେ ବିଗ୍ ବ୍ରେକ୍ । ଶେଷରେ ଜଣେ ଇଂଟରନ୍ୟାସନାଲ୍ ଷ୍ଟାର୍ ଭାବେ ହାତେଇଛନ୍ତି ଢେର୍ ସଫଳତା । ପ୍ରିୟଙ୍କା ଆଜି ବି-ଟାଉନ୍ ର ଜଣେ ପପୁଲାର୍ ଫେସ୍ ଭାବେ ଜଣା ଯାଉଛନ୍ତି ।

ପ୍ରିୟଙ୍କା ଚୋପ୍ରା, ପିଗି ଚପସ୍, ଦେଶି ଗାର୍ଲ, ଜଙ୍ଗଲୀ ବିଲ୍ଲି ଏମିତି ଏକାଧିକ ନାମରେ ଜଣା ଯାଆନ୍ତି ଏହି ବଲିଉଡ୍ ଅଦାକାରା । ମାତ୍ର ୧୮ ବର୍ଷ ବୟସରେ ହାତେଇଥିଲେ ବିଶ୍ୱ ସୁନ୍ଦରୀର ତାଜ୍ । ଆଉ ସେବେ ଠାରୁ ଫଛକୁ ଫେରି ଚାହିଁ ନାହାଁନ୍ତି ସେ । ଅଭିନୟରେ ପ୍ରଥମ ବ୍ରେକ୍ ମିଳିଥିଲା ତାମିଲ୍ ଫିଲ୍ମ ଥମିଜାନରେ । ଏହାପରେ ବଲିଉଡରେ ସେ ପ୍ରଥମେ ନଜର ଆସିଥିଲେ ୨୦୦୩ ମସିହାର ଫିଲ୍ମ ଦ ହିରୋ ରେ । ହେଲେ ଲିଡିଂ ଆକ୍ଟ୍ରେସ୍ ଭାବେ ତାଙ୍କୁ ପ୍ରଥମେ ଦେଖିବାକୁ ମିଳିଥିଲା ଫିଲ୍ମ ଅନ୍ଦାଜରେ । ଆଉ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର୍ ବେଷ୍ଟ ଡେବ୍ୟୁ ଆକ୍ଟ୍ରେସ୍ ସମ୍ମାନ ମଧ୍ୟ ହାତେଇଲେ ସେ । ତାପରେ ପ୍ଲାନ୍, କିସମତ୍, ଅସମ୍ଭବ, ମୁଝସେ ଶାଦୀ କରୋଗୀ, ଏତରାଜ୍, ବ୍ଲାକମେଲ୍, କରମ୍, ୱକ୍ତ, ବ୍ଲଫମାଷ୍ଟର୍, କ୍ରିଶ୍, ଏମିତି ଅନେକ ଫିଲ୍ମରେ ତାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଲା । ଫ୍ୟାସନ୍ ପାଇଁ ସେ ଜାତୀୟ ସମ୍ମାନ ମଧ୍ୟ ହାତେଇଥିଲେ । ଆକ୍ଟିଂ ତ ଆକ୍ଟିଂ, ପ୍ରିୟଙ୍କା ସିଙ୍ଗି ପାଇଁ ମଧ୍ୟ ଲୋକପ୍ରିୟ ହୋଇ ପାରିଛନ୍ତି ।

ସେ ନିଜ ଭଏସରେ ତିନୋଟି ଇଂଟରନ୍ୟାସନାଲ୍ ଆଲବମ୍ ମଧ୍ୟ ଭେଟି ଦେଇଛନ୍ତି । ଏହାଛଡା ହଲିଉଡ୍ ସିରିଜ୍ କ୍ୱାଂଟିକୋ ଏବଂ ଫିଲ୍ମ ବେୱାଚରେ ବି ଦେଖିବାକୁ ମିଳିଛି ପ୍ରିୟଙ୍କାଙ୍କ ଜବରଦସ୍ତ ଅଭିନୟ । ବ୍ୟକ୍ତିଗତ ଜୀବନରେ ଏକାଧିକ କୋଷ୍ଟାରଙ୍କ ସହ ପ୍ରିୟଙ୍କାଙ୍କ ନାମକୁ ଯୋଡା ଯାଇଛି । ସେ ଖିଲାଡି କୁମାର ଅକ୍ଷୟ ହୁଅନ୍ତୁ ଅବା ହରମନ୍ ବୱେଜା ଅବା କିଙ୍ଗ ଖାନ୍ ଶାହରୁଖ । ହେଲେ କେବେ ବି କୌଣସି ପ୍ରକୃତ ତଥ୍ୟ ମିିଳିନି ତାଙ୍କ ଲଭ୍ ଲାଇଫକୁ ନେଇ । ହେଲେ ଏବେ ହଲିଉଡ୍ ସିଙ୍ଗର୍ ତଥା ଆକ୍ଟର୍ ନିକ୍ ଜୋନସଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ମିଳିଛି ପ୍ରମାଣ । ଆଉ ପ୍ରିୟଙ୍କା ଖୁବଶୀଘ୍ର ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ବିନା କୌଣସି ସାହାରାରେ ସାରା ବିଶ୍ୱରେ ନିଜକୁ ପରିଚିତ କରାଇ ପାରିଛନ୍ତି । ଆଉ ଏଥି ପାଇଁ ସେ ସବୁବେଳେ ନିଜ ପରିବାର ନିଜ ବାପା, ମାଙ୍କୁ ହିଁ ସବୁ ଶ୍ରେୟ ଦେଇଛନ୍ତି । ଆଜି ପ୍ରିୟଙ୍କା ୩୬ ବର୍ଷରେ ପାଦ ରଖିଛନ୍ତି ପ୍ରିୟଙ୍କା ଚୋପ୍ରା । ୧୯ ବର୍ଷ ବୟସରୁ ନିଜର ଅଭିନୟ କ୍ୟାରିଅର୍ ଆରମ୍ଭ ପ୍ରିୟଙ୍କା, ନିଜ ଲାଇଫରେ ଆହୁରି ସଫଳତା ହାସଲ୍ କରନ୍ତୁ, ଏହାହିଁ ପ୍ରଶଂସକଙ୍କ ତରଫରୁ ଗୁଡ୍ ୱିସେସ୍ ।