ଭାଲେଣ୍ଟାଇନ ସପ୍ତାହରେ ପୁଣି ମତୁଆଲା କଲେ ପ୍ରିୟା ପ୍ରକାଶ ! ଭାଇରାଲ ହେଲା ପ୍ରିୟାଙ୍କ କିସ୍ ସିନ୍ ।

1,492

ପୁଣି ଥରେ ଭାଲେଣ୍ଟାଇନ ସପ୍ତାହରେ ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଭିଡିଓ । ଇଣ୍ଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିୟର ନିଜର ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ । ଗତ ବର୍ଷ ଭାଲେଣ୍ଟାଇନ ସପ୍ତାହରେ ରାତାରାତି ଇଣ୍ଟରନେଟ ସେନସେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କ ଏକ ଭିଡିଓ ଚଳିତ ବର୍ଷ ଭଲେଣ୍ଟାଇନ ସପ୍ତାହର ଆରମ୍ଭରୁ ଭାଇରାଲ ହେବାରେ ଲାଗିଛି । ଏହି ସିନ ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ ‘ଓରୁ ଆଦାର ଲଭ’ର । ଭାରରାଲ ହେଉଥିବା ଏହି ଭିଡିଓରେ ପ୍ରିୟା ନିଜ କୋ-ଷ୍ଟାର ରୋଶନ ଅବଦୁଲଙ୍କ ସହିତ ଲିପଲକ କରୁଥିବାର ନଜର ଆସିଛନ୍ତି । ସ୍କୁଲ ୟୁନିଫର୍ମରେ ଏହି ଦୁଇ ଷ୍ଟାରଙ୍କ ଲିପଲକ ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି ।

ପ୍ରିୟା ଖୁବ ଶୀଘ୍ର ଫିଲ୍ମ ‘ଶ୍ରଦେବୀ ବଙ୍ଗଲୋ’ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର କିଛି ଦିନ ହେବ ରିଲିଜ ହୋଇଥିବା ବେଳେ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି । ଶ୍ରୀଦେବୀଙ୍କ ପତି ବୋନି କପୁର କହିଛନ୍ତି ଯେ ଏହି ଫିଲ୍ମରେ ଶ୍ରୀଦେବୀଙ୍କ ମୃତ୍ୟୁକୁ ଯୋଡା ଯାଇଛି । ଅନ୍ୟ ପକ୍ଷରେ ନିର୍ଦ୍ଦେଶକ ଏହାକୁ ଖଣ୍ଡନ କରିଛନ୍ତି । ଫିଲ୍ମର ରିଲିଜକୁ ବନ୍ଦ କରିବା ପାଇଁ ବୋନି କପୁର ଲିଗାଲ ନୋଟିସ ମଧ୍ୟ ପଠାଇଛନ୍ତି ।

୨୦୧୮ରେ ପ୍ରିୟା ଖୁବ ଚର୍ଚ୍ଚାରେ ରହିଥିଲେ । ଭାଲେଣ୍ଟାଇନ ସପ୍ତାହରେ ତାଙ୍କ ଆଖି ମାରିବା ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏହା ପରେ ସେ ରାତାରାତି ଇଣ୍ଟରନେଟରେ ଛାଇ ଯାଇଥିଲେ ପ୍ରିୟା ।