ରାଜନୀତିରେ ଏଣ୍ଟ୍ରି କଲେ ପ୍ରିୟା ପ୍ରକାଶ ! ପୋଷ୍ଟରରେ ଭାଲେଣ୍ଟାଇନ ଗର୍ଲଙ୍କ ଭାଇରାଲ ଫଟୋ

39

ରାଜନୀତିରେ ଏଣ୍ଟ୍ରି କଲେ ଭାଲେଣ୍ଟାଇନ ଗର୍ଲ । ଆଖି ମାରି ପୂରା ଦୁନିଆକୁ ଦିୱାନା କରିଥିବା ପ୍ରିୟା ପ୍ରକାଶଙ୍କୁ ସିପିଆଇ ଏବେ ପୋଷ୍ଟର ଗର୍ଲ କରିଛି । ପ୍ରିୟା ପ୍ରକାଶ କୌଣସି ରାଜନୈତିକ ପାର୍ଟିରେ ଯୋଗ ଦେଇନାହାନ୍ତି ସତ କିନ୍ତୁ କେରଳରେ ଦେଖିବାକୁ ମିଳିଛି ପ୍ରିୟା ପ୍ରକାଶଙ୍କ ଜଲୱା । କେରଳରେ ସିପିଆଇ କାର୍ଯ୍ୟକର୍ତ୍ତା ପ୍ରିୟାଙ୍କ ଫଟୋକୁ ପୋଷ୍ଟରରେ ବ୍ୟବହାର କରିଛନ୍ତି ।

ସିପିଆଇର ଛାତ୍ର ସଂଘ ଏଆଇଏସଏଫର କୋଲକାତା ୟୁନିଟ୍ କେରଳରେ ହେଉଥିବା ରାଜ୍ୟ ସମ୍ମିଳନୀର କିଛି ପୋଷ୍ଟର ଲଗାଇଛନ୍ତି । ଏହି ପୋଷ୍ଟର ଜରିଆରେ ଯୁବଗୋଷ୍ଠୀଙ୍କୁ ଏହି ସମ୍ମିଳନୀରେ ସାମିଲ ହେବାକୁ ଅପିଲ କରାଯାଇଛି । ଯୁବଗୋଷ୍ଠୀଙ୍କୁ ଆକର୍ଷିତ କରିବା ପାଇଁ ଏହି ପୋଷ୍ଟରରେ ପ୍ରିୟା ପ୍ରକାଶଙ୍କ ଆଖି ମରା ଫଟୋକୁ ବ୍ୟବହାର କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ତେବେ ପୋଷ୍ଟରରେ ପ୍ରିୟାଙ୍କ ଫଟୋ ରଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫିଲ୍ମନିର୍ମାତାଙ୍କୁ ସମର୍ଥନ ଜଣାଇବା ।

ଏଆଇଏସଏଫର ଛାତ୍ର ସଂଘର ସଦସ୍ୟଙ୍କ କହିବା ଅନୁଯାୟୀ, ଏହି ଭିଡିଓ ଭାଇରାଲ ହେବା ପରେ କିଛି ନିଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଏପରିକି ପ୍ରିୟା ଓ ଫିଲ୍ମନିର୍ମାତାଙ୍କ ନାଁରେ ଏଫଆଇଆର ଦେଇଥିଲେ । ତେଣୁ ପ୍ରିୟାଙ୍କୁ ସମର୍ଥନ ଜଣାଇବା ପାଇଁ ପୋଷ୍ଟରରେ ତାଙ୍କ ଫଟୋ ଲଗାଯାଇଛି ବୋଲି କହିଛି ଏଆଇଏସଏଫ ।