ସେବା ଓ ବେପାର ଭିତରେ ଫସିଗଲେ ସାଧାରଣ ରୋଗୀ ! ସରକାରୀ ନିୟମକୁ ବିରୋଧ କରି ସାରା ରାଜ୍ୟରେ ରୋଗୀ ସେବା ବନ୍ଦ କରିଦେଲେ ଘରୋଇ ହସ୍ପିଟାଲ

28

କନକ ବ୍ୟୁରୋ : ଘରୋଇ ହସପିଟାଲ ବନ୍ଦ ହେବା ଯୋଗୁଁ ଆଜି ସାରା ରାଜ୍ୟରେ ହନ୍ତସନ୍ତ ହୋଇଛନ୍ତି ଶହ ଶହ ରୋଗୀ । କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ପ୍ରତ୍ୟାହାର କରିବା ଦାବିରେ ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ପକ୍ଷରୁ ୨୪ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ୍ ସେଂଟର ବନ୍ଦ ରହିଛି । ଗୋଟିଏ ପଟେ ସେବା, ଅନ୍ୟପଟେ ବ୍ୟବସାୟ, ଏହାରି ଭିତରେ ପେସି ହୋଇଯାଇଛନ୍ତି ସାଧାରଣ ଲୋକ ।

ଆଜି ସାରା ରାଜ୍ୟର ଘରୋଇ ହସପିଟାଲ ବନ୍ଦ ରହିବା ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ରୋଗୀ । କ୍ଲିନିକାଲ ଏଷ୍ଟାବ୍ଲିସମେଂଟ୍ ଆକ୍ଟକୁ ବିରୋଧରେ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିଛି । ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ ପକ୍ଷରୁ ୨୪ ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ୍ ସେଂଟର ବନ୍ଦ ରହିଛି । ସରକାରଙ୍କ ନୂଆ ନିୟମ ଯୋଗୁଁ ଗତ ୪ ବର୍ଷ ହେଲା କ୍ଲିନିକ୍ ଓ ପାଥୋଲାବ୍ ପଂଜିକରଣ କିମ୍ବା ନବୀକରଣ ହୋଇପାରୁନଥିବା ଅଭିଯୋଗ କରିଛି ଫୋରମ୍ ।

ଘରୋଇ ହସପିଟାଲ ବନ୍ଦ ହେବା ଫଳରେ ସ୍ୱାସ୍ଥ୍ୟସେବାର ଏକ ବିକଳ ଚିତ୍ର ସାମନାକୁ ଆସିଛି । ଘରୋଇ ଡାକ୍ତରଖାନା ଗୁଡିକରେ ଆଉଟଡୋର୍ ବନ୍ଦ ରହିବା ସହ ନୂଆ ରୋଗୀ ଆଡମିଶନ୍ କରାଯାଉନି । ତେବେ ପୂର୍ବରୁ ଆଡମିଶନ୍ ହୋଇଥିବା ରୋଗୀଙ୍କ ଚିକିତ୍ସା ଜାରି ରହିଛି । ସରକାରୀ ମେଡିକାଲ ଅପେକ୍ଷା ଅଧିକ ରୋଗୀ ପ୍ରାଇଭେଟ୍ ହସପିଟାଲ ଉପରେ ନିର୍ଭର କରୁଥିବାରୁ ରାଜ୍ୟରେ ଚିକିତ୍ସା ସେବା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି ।

ଗୋଟିଏ ପଟେ ସ୍ୱାସ୍ଥ୍ୟ ଭଳି ଏକ ମୌଳିକ ସେବା, ଅନ୍ୟପଟେ ବ୍ୟବସାୟ । ଉନ୍ନତ ମାନର ଚିକିତ୍ସା ବ୍ୟୟବହୁଳ ହୋଇପଡ଼ୁଥିବା ବେଳେ କେନ୍ଦ୍ର ସରକାରଙ୍କ ହେଲ୍ଥ ସ୍କିମ୍ ଅନୁଯାୟୀ ଦର ନିର୍ଦ୍ଧାରଣ ପାଇଁ ଚାହୁଁଛନ୍ତି ସରକାର । ଯାହାକୁ ଗ୍ରହଣ କରିପାରୁନାହାନ୍ତି ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଂଟ୍ ଫୋରମ୍ । ଏହି ଦ୍ୱନ୍ଦ୍ୱ ଭିତରେ ହନ୍ତସନ୍ତ ହୋଇଛନ୍ତି ରୋଗୀ ।