ଏବେ ଗରିବଶ୍ରେଣୀର ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବ ବେସରକାରୀ ଡାକ୍ତରଖାନା ! ସୁପ୍ରିମକୋର୍ଟ ଦେଲେ ରାୟ ,ଅବମାନନା କଲେ ରଦ୍ଦ ହେବ ଲାଇସେନ୍ସ ।

409

ଯଦି ଆପଣ ଗରିବ ସୀମାରେଖା ତଳେ ଆସୁଛନ୍ତି ଏବଂ ଆପଣଙ୍କ ପାଖରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନାହିଁ ତେବେ ବି ଆପଣଙ୍କ ଚିକିତ୍ସା କରିବାକୁ କୌଣସି ବେସରକାରୀ ହସ୍ପିଟାଲ୍ ମନା କରିପାରିବେ ନାହିଁ । ନିକଟରେ ଉଚ୍ଚତମ ନ୍ୟାୟାଳୟ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ ରାୟ ଶୁଣାଇଛନ୍ତି ଯାହାର ଝଟକା ସମସ୍ତ ବେସରକାରୀ ହସ୍ପିଟାଲ୍ କୁ ଲାଗିଛି ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀରେ ଯେତେ ବି ବେସରକାରୀ ଡାକ୍ତରଖାନା ସରକାରୀ ଜମିରେ ତିଆରି ହୋଇଛି ସେଠାରେ ଗରିବ ଲୋକଙ୍କ ମାଗଣାରେ ଚିକିତ୍ସା ହେବ । ଡାକ୍ତରଖାନାରେ ଗରିବଙ୍କୁ ୧୦ ପ୍ରତିଶତ ବେଡ୍ ଯୋଗାଇ ଦିଆଯିବ । ଏହି ଖବର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ କୌଣସି ଖୁସି ଠାରୁ କମ୍ ନୁହେଁ । ଅନ୍ୟପକ୍ଷରେ ଓପିଡିରେ ୨୫ ପ୍ରତିଶତ ଗରିବ ଲୋକଙ୍କ ମାଗଣା ଚିକିତ୍ସା ହେବ । କେବଳ ଏତିକି ନୁହଁ ଯଦି ଏହି ଡାକ୍ତରଖାନାରେ ଚିକିତ୍ସା ପାଇଁ ମନା କରନ୍ତି ତେବେ ସରକାର ଏହି ଡାକ୍ତରଖାନାର ଲାଇସେନ୍ସ ରଦ୍ଦ କରିବେ । ତେବେ ଏହା ପୂର୍ବରୁ ହାଇକୋର୍ଟ ଏହି ରାୟ ଦେଇଥିଲେ କିନ୍ତୁ ଏହି ସବୁ ବେସରକାରୀ ଡାକ୍ତରଖାନା ଏହି କେସ୍ ନେଇ ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଏହି ରାୟକୁ ସବୁଜ ସଂକେତ ଦେଇଥିବାରୁ ଏହିସବୁ ଡାକ୍ତରଖାନାକୁ ବଡ ଝଟକା ଲାଗିଥିବ ।