ମୋଦି ସରକାରଙ୍କ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ : ପ୍ରାଇଭେଟ୍ କର୍ମଚାରୀ ମଧ୍ୟ କରିପାରିବେ ଆବେଦନ

37

କେନ୍ଦ୍ର ସରକାରଙ୍କ ତରଫରୁ ୧୦ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାର ଅମଲାତନ୍ତ୍ରରେ ଲେଟେରାଲ ଏଣ୍ଟ୍ରି ଆରମ୍ଭ କରି ଦେଇସାରିଛନ୍ତି । ଅର୍ଥାତ୍ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିବା କର୍ମଚାରୀ ମଧ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ହୋଇପାରିବେ । ଏହା ଦ୍ୱାରା ମନ୍ତ୍ରଣାଳୟ ଅଧିକ ଅଭିଜ୍ଞତା ସମ୍ପନ୍ନ ଲୋକଙ୍କ ଠାରୁ ଲାଭ ଉଠାଇପାରିବ ।

ବିଜ୍ଞାପନ ମୁତାବକ, ଲେଟେରାଲ ଏଣ୍ଟ୍ରି ଅଧିନରେ ଥିବା ଯୁଗ୍ମ ସଚିବଙ୍କ କାର୍ଯ୍ୟକାଳ ତିନି ବର୍ଷର ହେବ, ଯଦି କାମ ସନ୍ତୋଷଜନକ ହେବ ତେବେ ତାଙ୍କ କାର୍ଯ୍ୟକାଳକୁ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ପୁରା ମାମଲାରେ କହିଛନ୍ତି ଯେ “ଏହା ସରକାରଙ୍କ ଭଲ ପଦକ୍ଷେପ । ଏହା ସ୍ପଷ୍ଟ ଯେ ଆମେ ସବୁଠାରୁ ଯୋଗ୍ୟ ବ୍ୟକ୍ତିଙ୍କୁ ମନ୍ତ୍ରଣାଳୟକୁ ଆଣିବାକୁ ଚାହୁଁଛୁ ।” ସେଇଠି କଂଗ୍ରେସ ନେତା ପବନ ଖେରା କହିଛନ୍ତି ଯେ, “ଏମିତି କେବେ ହୁଏନି, ନିଷ୍ପତ୍ତି ନେଇ କି ସକାଳେ ଖବରକା ଗଜରେ ବିଜ୍ଞାପନ ଦେଇ ଦେଲେ । ଏମାନଙ୍କୁ ସରକାର ଚଳାଇବା ଆସେନି । ”