ଆତ୍ମହତ୍ୟା କଲେ କର୍ମଚାରୀ ! ସୁଇସାଇଡ଼୍ ନୋଟରେ ଲେଖିଲେ, ମୋଦି ହିଁ ଦେଶକୁ ରକ୍ଷା କରପାରିବେ

2,650

ହାଇଦ୍ରବାଦର ଏକ ବେସରକାରୀ କମ୍ପାନୀର ଜଣେ କର୍ମଚାରୀ ଉପର ଅଫିସରଙ୍କ ନିର୍ଯାତନା ସହ୍ୟ ନକରିପାରି ଆତ୍ମହତ୍ୟା କରିଛନ୍ତି । ମରିବା ପୂର୍ବରୁ ସେ ଏକ ଚିଠି ଛାଡ଼ି ଯାଇଛନ୍ତି । ସୁଇସାଇଡ଼ ନୋଟରେ ଲେଖିଛନ୍ତି କେବଳ ନରେନ୍ଦ୍ର ମୋଦି ହିଁ ଦେଶକୁ ବଂଚାଇପାରିବେ । ଘଟଣା ଘଟିଛି ହାଇଦ୍ରାବଦର ସୈଦାବାଦରେ । ୩୦ ବର୍ଷିୟ ନୁଥାଲାଙ୍ଗତି ନରସିଂହ ନିଜ କମ୍ପାନୀରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଉପର କର୍ମଚାରୀମାନେ ତାଙ୍କୁ ନିର୍ଯାତନା ଦେଉଥିଲେ, ଆଉ ତାହା ଅସହ୍ୟ ହେବାରୁ ଏପରି ଚରମ ନିଷ୍ପତି ନେଇଛନ୍ତି ବୋଲି ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି ।

ତେବେ ଚିଠିରେ ସେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ବାରମ୍ବାର ଇଚ୍ଛା ଜାହିର କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି କେବଳ ମୋଦି ହିଁ ଦେଶକୁ ରକ୍ଷା କରିପାରିବେ । ପୋଲିସ ଏ ସମ୍ବନ୍ଧରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଘଟଣାର ଛାନଭିନ୍ କରିବା ସହ ତାଙ୍କ ଉପର ଅଫିସରଙ୍କୁ ଖୋଜୁଛି ପୋଲିସ । ଅନ୍ୟପଟେ ତାଙ୍କ ପରିବାର ଲୋକେ ମୃତ ଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ଏ ଘଟଣା ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।