ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଜାରି ! ସଚିବାଳୟରେ ବୈଠକରୁ ବାହାରିପାରିଲାନି ନିଷ୍କର୍ସ,ମନ୍ତ୍ରୀ କହିଲେ, ସିଟି ବସ ଚଳାଚଳ ସମସ୍ୟ ସମାଧାନ ନେଇ ଗଠନ ହେବ କମିଟି

36

କନକ ବ୍ୟୁରୋ: ରାଜ୍ୟରେ ବସ ଧର୍ମଘଟ ଟାଳିବାକୁ ଘରୋଇ ବସ ମାଲିକ ସଂଘ-ରାଜ୍ୟ ସରକାରଙ୍କ ମଧ୍ୟରେ ବସିଥିବା ବୈଠକରୁ କିଛି ନିଷ୍କର୍ସ ବାହାରିପାରିନି । ଧର୍ମଘଟ ଚାଲୁ ରଖିବାକୁ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ବିଭିନ୍ନ ଦାବି ନେଇ ସରକାରଙ୍କ ପାଖରେ ଅବଗତ କଲୁ । ସିଟି ବସ ଚଳାଚଳ ବନ୍ଦ ପାଇଁ ମୁଖ୍ୟ ଦାବି ଥିଲା ବୋଲି ସଂଘ ସାଭପତି ପ୍ରକାଶ ମିଶ୍ର କହିଛନ୍ତି । ଅପରାହ୍ନରେ ପୁଣି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସିଟି ବସ ଚାଲିବା ନେଇ ନଗର ଉନ୍ନୟନ୍ତ୍ର ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସମସ୍ୟା ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ଦିନେ ଦୁଇ ଦିନ ମଧ୍ୟରେ କମିଟି ଗଠନ ହେବ । ୩ ମାସ ଭିତରେ କମିଟି ନିଷ୍ପତି ନେବ ବୋଲି ମନ୍ତ୍ରୀ କହିଛନ୍ତି ।

ରାଜ୍ୟବ୍ୟାପୀ ଘରୋଇ ବସ ସଂଘ ଧର୍ମଘଟ ଜାରି ରହିଥିବା ବେଳେ ଏଥିରୁ ବାଦ ପଡିଛି ଜୟପୁର । ଜୟପୁରରେ ବସ ଚଳାଚଳ ସ୍ୱାଭିବିକ ରହିଛି । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ କରୁଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ପ୍ରାଧାନ୍ୟ ଦେଇଛି ଜୟପୁର ବସ୍ ମାଲିକ ସଂଘ । ତେବେ ଜୟପୁର ବସ ମାଲିକ ସଂଘ ସିଟିବସ୍ ଘଟଣାରେ ଧର୍ମଘଟ କରିଥିବା ବେଳେ ରାଜ୍ୟ ବସ ମାଲିକ ସଂଘ ସମର୍ଥନ କରିନଥିଲା । ତେଣୁ ଆଜିର ଧର୍ମଘଟରେ ଜୟପୁର ଘରୋଇ ବସ ମାଲିକ ସଂଘ ସାମିଲ ହୋଇନାହିଁ ।