ଆଜି ବସ୍ ବନ୍ଦ ! ୧୧ ଦଫା ଦାବିରେ ସକାଳୁ ରାଜ୍ୟବ୍ୟାପି ବସ୍ ଧର୍ମଘଟ ଆରମ୍ଭ, ଯାତ୍ରୀ ହଇରାଣ

47

କନକ ବ୍ୟୁରୋ : ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆଜି ସକାଳୁ ରାଜ୍ୟବ୍ୟାପି ବସ୍ ଧର୍ମଘଟ ଆରମ୍ଭ ହୋଇଛି । ଫଳରେ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଠପ ହୋଇଯାଇଛି । ବିଭିନ୍ନ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି ବସ ମାଲିକ ସଂଘ । ଧର୍ମଘଟ ରୋକିବାକୁ ପରିବହନ ମନ୍ତ୍ରୀ ସଂଘ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । କେତେକ ଦାବି ସରକାର ମାନି ନେଇଥିଲେ ମଧ୍ୟ ମୁଖ୍ୟ ଦାବି ନେଇ କୋ÷ଣସି ନିଷ୍କର୍ସ ନବାହାରିବାରୁ ଧର୍ମଘଟ ଡକରା ଦେଇଛି ସଂଘ ।

ମୁଖ୍ୟତଃ ସିଟି ବସ୍ ଗୁଡିକ ସହର ମଧ୍ୟରେ ଚଳାଚଳ କରିବା, ଟୋଲଗେଟ୍ ଗୁଡିକରୁ ଯାତ୍ରୀବାହୀ ବସକୁ ଦେୟ ମୁକ୍ତ କରିବା ଏବଂ ରୋଡ୍ ଟ୍ୟାକ୍ସ କମାଇବା ପାଇଁ ଦାବି କରି ଧର୍ମଘଟ ଡାକରା ଦେଇଛି ସଂଘ । ୧୧ଦଫା ଦାବି ନେଇ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବନ୍ଦ ଡ଼ାକରାକୁ ସମର୍ଥନ କରିଛି ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ । ତେଣୁ ଆଜି ସକାଳ ୬ଟାରୁ ପାଖାପାଖି ୩୦୦ ବସ ଚଳାଚଳ ବନ୍ଦ ରହିଛି ।

କଣ ରହିଛି ବସ ମାଲିକଙ୍କ ଦାବି : ୧୧ ଦଫା ଦାବି ନେଇ ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛି । ସିଟି ବସ୍ ଗୁଡିକ ସହର ମଧ୍ୟରେ ଚଳାଚଳ କରିବା, ଟୋଲଗେଟ୍ ଗୁଡିକରୁ ଯାତ୍ରୀବାହି ବସକୁ ଦେୟ ମୁକ୍ତ କରିବା ଏବଂ ରୋଡ୍ ଟ୍ୟାକ୍ସ କମାଇବା ପାଇଁ ଦାବି କରି ଧର୍ମଘଟ ଡାକରା ଦେଇଛି ସଂଘ । ଆଜି ସକାଳୁ ବସ ଧର୍ମଘଟ ଯୋଗୁଁ ଦୂରଦୂରାନ୍ତକୁ ବସ ଚାଲୁନାହିଁ । ଫଳରେ ଲୋକେ ହଇରାଣ ହୋଇଛନ୍ତିା ତେବେ ଟାଉନ ବସ୍ ଓ ସ୍କୁଲ ବସକୁ ଧର୍ମଘଟରୁ ବାଦ ଦିଆଯାଇଛି ।