ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ ପୃଥ୍ୱୀ ସ’ ! ଦଳରେ ସାମିଲ ହେଲେ ମୟଙ୍କ ଅଗ୍ରୱାଲ୍ ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି ଟିମ୍ ଇଣ୍ଡିଆର ଯୁବ ତାରକା ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ସ’ । ଆହତ କାରଣରୁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ ପଡିଥିଲେ । ବର୍ତ୍ତମାନ ଜଣାପଡ଼ିଛି କି ପୃଥ୍ଵୀ ସ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଭାରତୀୟ ଦଳରେ ମୟଙ୍କ ଅଗ୍ରଓ୍ଵାଲ୍ ସାମିଲ୍ ହୋଇଛନ୍ତି। ପୃଥ୍ଵୀ ସଙ୍କ ବଦଳରେ ଖେଳିବା ଲାଗି ମୟଙ୍କଙ୍କୁ ଅଷ୍ଟ୍ରେଲିଆ ଡକାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଦୁଇଟି ମ୍ୟାଚରେ ଦୁଇ ଭାରତୀୟ ଓପନର ମୁରଲୀ ବିଜୟ ଓ କେ.ଏଲ୍ ରାହୁଲଙ୍କ ଦୁର୍ବଳ ପ୍ରଦର୍ଶନ ପରେ ତୃତୀୟ ଟେଷ୍ଟରେ ପୃଥ୍ଵୀ ଭାରତୀୟ ଇନିଂସ୍ ଆରମ୍ଭ କରିବେ ବୋଲି ଯୋଜନା ଥିଲା। ମାତ୍ର ତାଙ୍କର ଅସୁସ୍ଥତା ହେତୁ ଏହା ସମ୍ଭବ ହୋଇ ନ ପାରିବାରୁ ମୟଙ୍କଙ୍କୁ ଡକାଯାଇଛି। ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଦମଦାର ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ରହିଛି । ଭାରତକୁ ଜିତିବା ପାଇଁ ଆଉ ୧୭୫ ରନର ଆବଶ୍ୟକତା ରହିଥିବା ବେଳେ ହାତରେ ରହିଛି ମାତ୍ର ୫ଟି ୱିକେଟ୍ ।