ପଦାର୍ପଣ ମ୍ୟାଚରେ କମାଲ କଲେ ପୃଥ୍ୱୀ ସ’ ! ଭାରତର ପ୍ରଥମ କନିଷ୍ଠ ଖେଳାଳୀ ଭାବେ ରଚିଲେ ଇତିହାସ, ୯୯ ବଲରେ ହାସଲ କଲେ ଶତକ ।

99

କନକ ବ୍ୟୁରୋ : ଡେବ୍ୟୁ ଟେଷ୍ଟରେ ଇତିହାସ ରଚିଲେ ପୃଥ୍ୱୀ ସ’ । ଭାରତର ସବୁଠାରୁ କନିଷ୍ଠ ଖେଳାଳୀ ଭାବେ ପଦାର୍ପଣ ଟେଷ୍ଟରେ ସେ ଶତକ ହାସଲ କରିଛନ୍ତି । ୯୯ଟି ବଲରୁ ଦମଦାର ଶତକ ହାସଲ କରିବା ସହ ଟିମ୍ ଇଣ୍ଡିଆ ଇଚିହାସରେ ଆଉ ଏକ ରେକର୍ଡ ଯୋଡିଛନ୍ତି ପୃଥ୍ୱୀ ସ’ । ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ପୃଥ୍ୱୀ । ଲୋକେଶ ରାହୁଲ ପ୍ରଥମରୁ ଆଉଟ୍ ହୋଇଯିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଲାଗୁଥିଲେ ମଧ୍ୟ ପୃଥ୍ୱୀ ଏବଂ ଚେତେଶ୍ୱର ପୂଜାରାଙ୍କ ଯୋଡି ଭାରତକୁ ଏହି ଟେଷ୍ଟରେ ଦୃଢ ସ୍ଥିତିକୁ ଆଣିଛି ।

ଆଜିଠାରୁ ଭାରତ-େଓଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି । ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଭାରତ । ପୃଥ୍ୱୀ ସଙ୍କ ସହ ଲୋକେସ ରାହୁଲ ପାଳି ଆରମ୍ଭ କରିଥିଲେ । ପୃଥ୍ୱୀ ସ ଆଜିଠାରୁ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି । ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରାଜକୋଟରେ ଖେଳାଯାଉଛି ।

ଇଂଲଣ୍ଡରେ ଟେଷ୍ଟ ପରାଜୟ ପରେ ବିଜୟ ଆଶାରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଂଙ୍କ ଅନୁପସ୍ଥିତିରେ ମହମ୍ମଦ ସାମି ଓ ଉମେଶ ଯାଦବ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ । ରାଜକୋଟ ଚେତେଶ୍ୱର ପୂଜାରାଙ୍କ ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ତାଙ୍କଠାରୁ ବଡ ଇନିଂସର ଆଶା କରାଯାଉଛି । ଅଶ୍ୱିନ ଓ କୁଲଦୀପ ଯାଦବ ନିଜ ସ୍ପିନ ଆକ୍ରଣରେ ଇଣ୍ଡିଜକୁ ଅଡୁଆରେ ପକାଇବା ସମ୍ଭାବନା ରହିଛି ।