ମନଇଚ୍ଛା ନମ୍ବରରେ କଥା ହୋଇପାରିବେନି କଏଦୀ । ଏଣିକି ଜେଲରେ ରେକର୍ଡ ହେବ କଏଦୀଙ୍କ କଲ୍ ।

295

କନକ ବ୍ୟୁରୋ : ଏଣିକି ଆଉ ମନଇଚ୍ଛା ନମ୍ବରରେ କଥା ହୋଇ ପାରିବେ ନାହିଁ ଜେଲରେ ଥିବା କଏଦୀ । ଜେଲରେ ଥିବା କଏଦୀମାନେ କାହା ସହିତ କ’ଣ କଥା ହେବେ ତାହାର କଲ ରେକର୍ଡ ରହିବ । କଏଦୀମାନେ ସର୍ବାଧିକ ତିନିଟି ନମ୍ବରରେ କଥା ହୋଇପାରିବେ। ତେବେ କଏଦୀ ଯେଉଁମାନଙ୍କ ସହିତ ବି କଥା ହେବେ, କଥା ହେବା ପୂର୍ବରୁ ସେହି ନମ୍ବରକୁ ଯାଞ୍ଚ କରାଯିବ ।

କେବଳ ଏତିକି ନୁହେଁ, କଏଦୀଙ୍କ କଥା ହେବା ପାଇଁ ନିର୍ଦ୍ଧାରିତ ସମୟ ରହିବ । ଏହି ସମୟ ଅତିକ୍ରମ କରିଗଲେ ଆପଣାଛାଏଁ କଲଟି କଟିଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନିୟମ କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡ଼ା ଜେଲ ପାଇଁ ଲାଗୁ କରାଯିବ ବୋଲି ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦୃଷ୍ଟିରୁ ଏଭଳି ବ୍ୟବସ୍ଥା କରାଯିବ ।