ବିଚାରାଧୀନ କଏଦୀର ପାଗଳାମି ! ନିମାପଡା ସବଜେଲରେ ବ୍ଲେଡରେ କାଟିଲେ ଗୋଡ ହାତ

33

କନକ ବ୍ୟୁରୋ : ବିଚାରଧୀନ କଏଦୀ ଗୁରୁତର । ନିମାପଡା ସବଜେଲରେ ବିଚାରଧୀନ କଏଦୀ ନିଜେ ବ୍ଲେଡରେ ହାତଗୋଡ କାଟି ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ କଏଦୀଙ୍କୁ ପୁରୀ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏହି ପାଗଳାମି କରିଛନ୍ତି ଡେଲାଙ୍ଗରେ ମହିଳାଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବେ ନିମାପଡା ସବଜେଲରେ ଥିବା ବୁଦ୍ଦଦେବ ବେହେରା । ରାଜ୍ୟର ବିଭିନ୍ନ ଥାନାରେ ବୁଦ୍ଧଙ୍କ ନାଁରେ ଆଗରୁ ଅନେକ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ରହିଛି । ସେ ଦେବଗଡର ତିଲେଇବଣି ଅଂଚଳର ମୂଳବାସିନ୍ଦା ।