କଏଦୀଙ୍କ ପାଇଁ ବିଳାସପୂର୍ଣ୍ଣ ବ୍ୟବସ୍ଥା : ଏହି ଜେଲ୍ ରେ କଏଦୀଙ୍କୁ ମିଳୁଛି 1BHK ଫ୍ଲାଟ୍ ସହ ଆହୁରି ଅନେକ ସୁବିଧା , ଜାଣନ୍ତୁ କ’ଣ

42

ଜେଲ୍ ବିଷୟରେ ଶୁଣିଲେ ଆମ ସମସ୍ତଙ୍କ ମନରେ ଏମିତି ଏକ ଦୃଶ୍ୟ ଆସେ, ଯେଉଁଠି କଏଦୀଙ୍କୁ ଛେଳି ମେଣ୍ଢା ଭଳି ରଖାଯାଉଥିବ କିମ୍ବା କଏଦୀ ହିସାବରେ ତାଙ୍କୁ ସୁବିଧା  ଦିଆଯାଉଥିବ । ଜେଲ ବିଷୟରେ ଆମ ମନରେ ଏଭଳି ଧାରଣା ଆସେ । କିନ୍ତୁ ଜେଲର ଏହି ପରିକଳ୍ପନା ମଧ୍ୟରେ ଧାର୍ମିକ ନଗରୀ ବକ୍ସରରେ ଏମିତି ଏକ ଜେଲ ଅଛି, ଯେଉଁଠି କଏଦୀଙ୍କୁ ଟିକିଏ ବି ଅନୁଭବ ହୋଇନଥାଏ କି ସେମାନେ ଜେଲ୍ ରେ ଅଛନ୍ତି । ଜେଲ୍ ରେ ନା କେବଳ ନିଜର ପରିଜନଙ୍କ ସହିତ ରହିବା ପାଇଁ ଫ୍ଲାଟ ଦିଆଯାଇଥାଏ, ବରଂ ସେଇଠି ତାଙ୍କୁ ସମସ୍ତ ସୁବିଧା ମିଳିଥାଏ, ଯାହା ଜଣେ ସାଧାରଣ ବ୍ୟକ୍ତି ଜେଲ୍ ବାହାରେ ପାଇପାରିବେ ।

ରାଜ୍ୟ ଆଇନ ସେବା ପ୍ରାଧିକରଣ ସଂପୂର୍ଣ୍ଣ ବିହାର ଜେଲରେ ବନ୍ଦ ଥିବା ସେହି କଏଦୀଙ୍କୁ ସୁବିଧା ଦେବା ପାଇଁ ଚୟନ କରିଥାଏ, ଯେଉଁମାନେ ପେଶାଗତ ଅପରାଧୀ ନଥିବେ, କୈାଣସି ସାଂଘାତିକ ଅପରାଧରେ ଦଣ୍ଡ ଭୋଗିନଥିବେ । ପ୍ରାଧିକରଣ ଦ୍ୱାରା ଗଠିତ ବୋର୍ଡ ସମସ୍ତ ଯାଂଚ କରିବା ପରେ କଏଦୀଙ୍କୁ ବାଛିଥାଏ । ସବୁଠାରୁ ଶେଷରେ ପୁଲିସ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ କଏଦୀ ନିଜ ପରିବାରର ୪ ଜଣ ସଦସ୍ୟଙ୍କ ସହିତ ମୁକ୍ତ କାରଗାର ଭିତରେ ନିର୍ମିତ ଫ୍ଲାଟରେ ରହିପାରିବେ ।

କଏଦୀଙ୍କ ପାଇଁ ୧୦୨ ୱାନ ବିଏଚକେ ଫ୍ଲାଟ୍ : ବକ୍ସର ମୁକ୍ତ କାରାଗାରରେ କଏଦୀଙ୍କ ରହିବା ପାଇଁ ୧୦୨ଟି ଫ୍ଲାଟ ନିର୍ମାଣ କରାଯାଇଛି । କିନ୍ତୁ ବର୍ତ୍ତମାନ କେବଳ ୫୦ କଏଦୀ ହିଁ ମୁକ୍ତ କାରାଗାରରେ ନିଜର ୪ ପରିଜନଙ୍କ ସହ ରହୁଛନ୍ତି । ସେଥିପାଇଁ ତାଙ୍କୁ ଜେଲରେ ରହିବା ଭଳି ଲାଗୁନି । ଗତ ୨ ବର୍ଷରେ ବହୁତ ସାରା କଏଦୀ ଏଠାରୁ ନିଜ ଦଣ୍ଡ ପୁରା କରିସାରିଛନ୍ତି । କିନ୍ତୁ ସେମାନେ ଯେତେବେଳେ ମୁକ୍ତ କାରାଗାରରେ ରହିଲେ ଖୁସି ଖୁସି ଜୀବନ ଅତିବାହିତ କଲେ । ଏହା ସହ କଏଦୀଙ୍କୁ ଏଠି ସପ୍ତାହର ୭ ଦିନ ପ୍ରତିଦିନ ଅଲଗା ଅଲଗା ମେନ୍ୟୁ ହିସାବରେ ଭୋଜନ ଦିଆଯାଇଥାଏ । ବୃଦ୍ଧ କଏଦୀଙ୍କ ପାଇଁ ପ୍ରତିଦିନ ଜେଲ ପ୍ରଶାସନ ଅଧା ଲିଟର କ୍ଷୀର ର ବ୍ୟବସ୍ଥା କରାଏ ।