ଭଲ ପାଇ ଭୁଲ୍ କଲି ! କଏଦୀଙ୍କୁ ପ୍ରେମ କରି ଜେଲ୍ ଗଲେ ମହିଳା ଜେଲର୍

49

ପ୍ରେମ ସତ୍ୟ , ପ୍ରେମ ଶାଶ୍ୱତ , ପ୍ରେମ ଅନ୍ଧ  ।  ପ୍ରେମ ମାନି ନଥାଏ କୌଣସି ବାଧା ବନ୍ଧନ । ପ୍ରେମରେ ପଡିଥିବା ମଣିଷ ଆଗରେ ସବୁକିଛି ତୁଛ । ଉଚ, ନୀଚ, ବୟସ , ପଦ, ପଦବୀ କିଛି ମାନନ୍ତିନି ପ୍ରେମୀଯୁଗଳ  । ସେହିପରି ଏକ ପ୍ରେମକାହାଣୀ ହେଉଛି ଜଣେ ମହିଳା ଜେଲ ଅଧିକାରୀ ଏବଂ ଜଣେ ହତ୍ୟାକାରୀ କଏଦୀର । ପ୍ରେମ କରି ୮ ମାସର ଜେଲଦଣ୍ଡ ପାଇଛନ୍ତି ମହିଳା ଜେଲ ଅଧିକାରୀ । ଘଟଣାଟି ଘଟିଛି ଲଣ୍ଡନରେ । ମହିଳା ଜେଲ ଅଧିକାରୀ ଯେଉଁ କଏଦୀଙ୍କୁ ଭଲ ପାଇ ବସିଲେ ସେ ଏକ ହତ୍ୟାକାଣ୍ଡ ମାମଲାରେ ଜେଲରେ ୧୧ ବର୍ଷର ସଜା କାଟୁଛି ।

ସୂଚନା ମୂତାବକ ମହିଳା ଅଧିକାରୀ ଓ କଏଦୀ ମଧ୍ୟରେ କେବଳ ପ୍ରେମ ସମ୍ପର୍କ ନଥିଲା, ବରଂ ଅଧିକାରୀ ଜେଲ ଭିତରେ ଲୁଚା ଛପାରେ କଏଦୀ ନିକଟକୁ ନିଜର କାମ ଉତ୍ତେଜକ ଫଟୋ ପଠାଉଥିଲେ। ଏହି ମାମଲାର ପର୍ଦ୍ଦାଫାଶ ହେବା ପରେ ଅଦାଲତ ମହିଳା ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୮ ମାସ ଜେଲ ସଜାରେ ଦଣ୍ଡିତ କରିଛନ୍ତି।

ରୟାଲ ନେଭି ସେଲର ପୂର୍ବ ନାଭିକ ୨୩ ବର୍ଷୀୟ କାୟା ଏଣ୍ଡ୍ରୋସଜ୍ୟାକ ମାଞ୍ଚେଷ୍ଟର ଜେଲରେ ଅଧିକାରୀ ପଦ ଦାୟିତ୍ଵରେ ଥିବା ବେଳେ ଜେଲରେ ହତ୍ୟା ମାମଲାରେ ଶେନ ବଏଡ଼ ନାମକ ଏକ ଅପରାଧୀ ସଜା କାଟୁଥିଲେ। କାୟା କହିଛନ୍ତି ଯେ କଏଦୀଙ୍କ ସହ ତାଙ୍କର ପ୍ରଥମ ଦେଖା କ୍ୟାଣ୍ଟିନରେ ହୋଇଥିଲା । ଶେନ ତାଙ୍କୁ ଦେଖି ହସିଦେଇଥିଲା ଏବଂ ଜବାବରେ କାୟା ମଧ୍ୟ ହସି ଦେଇଥିଲେ । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ।