ଏତେ ନିର୍ଦ୍ଦୟ ଶିକ୍ଷକ ! ମଧ୍ୟାହ୍ନ ଭୋଜନରେ ରୁଟି ମାଗିବାରୁ ପିଲାଙ୍କୁ ମାଡ ମାରିଲେ ପ୍ରଧାନ ଶିକ୍ଷକ

67

ରାଜକୀୟ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବନ୍ତାରେ ମଧ୍ୟାହ୍ନ ଭୋଜନ ଯୋଜନା ଅଧିନରେ ମିଳୁଥିବା ପୋଷଣଯୁକ୍ତ ଆହାରରେ ଛାତ୍ରମାନେ ରୁଟି ମାଗିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ବହୁତ ନିର୍ଦ୍ଦୟ ଭାବେ ମାଡ ମାରିଛନ୍ତି । ଛାତ୍ରମାନେ ରୁଟି ମାଗିବାରୁ ରାଗିଯାଇ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ ଆଣ୍ଠେଇ କି ପ୍ରଚଣ୍ଡ ମାଡ ମାରିଛନ୍ତି । ଯାହା କାରଣରୁ ୪ ଜଣ ଛାତ୍ରଙ୍କୁ ଗମ୍ଭୀର ଆଘାତ ଆସିଛି ଏବଂ ଅନ୍ୟ ୩ ଛାତ୍ର ମଧ୍ୟ ଆହତ ହେଇଛନ୍ତି । ଏହି ଘଟଣାରେ କ୍ରୋଧିତ ଗ୍ରାମବାସୀ ଏସିଏମକୁ ମାମଲାର ଲିଖିତ ଅଭିଯୋଗ ବି କରିଛନ୍ତି ।

ସୂଚନାଯୋଗ୍ୟ, ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ ଡାଲି ମିଳୁଥିବାରୁ ତାଙ୍କୁ ସ୍କୁଲ ପ୍ରାଶାସନ ଠାରୁ ରୁଟି ମାଗିବାକୁ ପଡିଥିଲା । କିନ୍ତୁ ତାଙ୍କୁ ରୁଟି ଦିଆଯାଇନଥିଲା । ଯଦ୍ୱାରା ସେମାନେ ଗାଁର ସରପଂଚଙ୍କ ଠାରେ ସ୍କୁଲ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି କଥାରେ ରାଗ ରଖି ପ୍ରଥମେ ପ୍ରଧାନ ଶିକ୍ଷକ ସ୍କୁଲରେ ଛାତ୍ରଙ୍କୁ ପ୍ରତିଦିନ ଡରାଇବା ଓ ପୁଲିସର ଧମକ ଦେବା ଆରମ୍ଭ କଲେ । ତା’ପରେ ସେ ଛାତ୍ରଙ୍କୁ ଆଣ୍ଠେଇକି ମାରିଥିଲେ । ଏହି ସମୟରେ ଛାତ୍ରଙ୍କ ହାତ, ଗୋଡ ଓ ଶରୀରରେ ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗିଥିଲା । ଏହାପରେ ୭ ଜଣ ଛାତ୍ରଙ୍କୁ ରାଜକୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଛାତ୍ରଙ୍କ ମାତା ପିତା ସମେତ ଅନ୍ୟ ଲୋକଙ୍କ ମଧ୍ୟରେ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି । ଘଟଣାର ଗମ୍ଭୀରତାକୁ ଦେଖି ବିଇଓକୁ ଯାଂଚର ରିପୋର୍ଟ ଉପସ୍ଥିତ କରିବାକୁ କୁହାଯାଇଛି ଏବଂ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇ ସ୍ପଷ୍ଟିକରଣର ଦାବି କରିଛନ୍ତି ।