ସ୍ପେନ୍ ରାଜ ପରିବାରରେ ପ୍ରଥମ କରୋନା ମୃତ୍ୟୁ । କୋଭିଡ-୧୯ ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଣୀଙ୍କ ପରଲୋକ

ମୃତ୍ୟୁ ବେଳକୁ ହୋଇଥିଲା ୮୬ ବର୍ଷ

17,773

କନକ ବ୍ୟୁରୋ: କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ରାଜ ପରିବାରର ପ୍ରଥମ ମୃତ୍ୟୁ । କୋଭିଡ୍ ୧୯ ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଣୀଙ୍କ ପରୋଲୋକ ଘଟିଛି । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଚିକିତ୍ସାଧୀନ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ପରଲୋକ ସ୍ପେନ୍ ରାଜପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ରାଜକୀୟ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ବଙ୍କିମହାମ୍ ସିଟିରେ ସଂପନ୍ନ ହୋଇଛି ।

ଏପଟେ କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ୪ ଓ କର୍ଣ୍ଣାଟକରେ ୩ଜଣଙ୍କ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ହିମାଚଳପ୍ରଦେଶ, କେରଳ, ପଞ୍ଜାବ, ତାମିଲନାଡୁ ଓ ଜମ୍ମୁକାଶ୍ମୀରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଏହା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୯୩୧ ଭାରତୀୟ ଓ ୪୮ ଜଣ ବିଦେଶୀ ରହିଛନ୍ତି ଏବଂ ୮୬ଜଣ ସୁସ୍ଥ ହୋଇ ଫେରିଛନ୍ତିି । ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ବିଶ୍ୱରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୦ ହଜାର ଟପିଯାଇଛି । ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୬୪ହଜାର ଟପି ଯାଇଛି ।