ବ୍ୟାଙ୍କକୁ ଆସିଲେ ପ୍ରଧାନମନ୍ତ୍ରୀଙ୍କ’ମା: ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସରେ ବଦଳାଇଲେ ପୁରୁଣା ଟଙ୍କା

40

କନକ ବ୍ୟୁରୋ : ଟଙ୍କା ବଦଳାଇବା ପାଇଁ ବ୍ୟାଙ୍କକୁ ଆସିଲେ ମୋଦିଙ୍କ’ମା । ଗୁଜରାଟ ଗାନ୍ଧୀନଗରର ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସକୁ ଯାଇ ପୁରୁଣା ନୋଟ୍ ବଦଳ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ’ମା ହୀରାବେନ । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଅଚଳ ହେବା ପରେ ନିଜ ପାଖରେ ଥିବା ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ବଦଳାଇବା ପାଇଁ ଆଜି ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସରେ ପହଂଚିଥିଲେ ମୋଦିଙ୍କ’ମା ହୀରାବେନ୍ ।

ସେଠାରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସ୍ୱତନ୍ତ୍ର ଲାଇନରେ ଆସି ପୁରୁଣା ନୋଟ୍ ବଦଳ କରିଛନ୍ତି ମୋଦିଙ୍କ ମା’ ହୀରାବେନ୍ । ସମ୍ପର୍କୀୟଙ୍କ ସହ ଯାଇ ଓରିଏଂଟାଲ ବ୍ୟାଙ୍କ ଅଫ୍ କମର୍ସରେ ୪ହଜାର ୫ଶହ ଟଙ୍କାର ନୋଟ୍ ବଦଳ କରିଛନ୍ତି ।