ଆନ୍ଧ୍ରରେ ମୋଦିଙ୍କୁ ମନା ! ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟସାରା ଲାଗିଲା ‘ମୋଦି ଗୋ ବ୍ୟାକ’ ପୋଷ୍ଟର

308

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଉଛନ୍ତି । ଆଉ ମୋଦିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସାରାରେ ମୋଦି ଗୋ ବ୍ୟାକ ଓ ମୋଦି ନେଭର ଏଗନେ ନାରା ଦେଇ ପୋଷ୍ଟର ମରାଯାଇଛି । ଶାସକ ତେଲୁଗୁ ଦେଶମ ପକ୍ଷରୁ ଏହି ପୋଷ୍ଟର ମରାଯାଇଛି । ମୋଦି ଫେରିଯାଅ ସ୍ଲୋଗାନ ଦେଇ ବିଭିନ୍ନ ସ୍ଥାରନେ ଟିଡିପି, କଂଗ୍ରେସ, ସିପିଆଇ ଓ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରିଛନ୍ତି ।

ବିଜୟୱାଡାରେ ବାମପନ୍ଥୀ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଆଜି ପ୍ରଧାନମନ୍ତ୍ରୀଙ୍କ ସମାବେଶ ରହିଛି । ମୋଦିଙ୍କ ବିରୋଧକୁ ଦୃଷ୍ଟିରେ ରଖି ସଭାସ୍ଥଳରେ କଡା ସରୁକ୍ଷା ବ୍ୟବସ୍ଥା କରାଯାଇଛି । ଏନଡିଏରୁ ତେଲୁଗୁ ଦେଶମ ପାର୍ଟି ଅଲଗା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ପ୍ରଥମ ଆନ୍ଧ୍ରପ୍ରଦେଶ ଗସ୍ତ ।