ସେବକ ଭୂମିକାରେ ପ୍ରଧାନମନ୍ତ୍ରୀ ! ସ୍ୱର୍ଣ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଲଙ୍ଗର ପରସିଲେ ମୋଦି

123

ଦେଶର ପ୍ରଧାନ ସେବକ ବୋଲି ନିଜକୁ ଦାବି କରୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସତସତିକା ସେବକ ଭୂମିକାରେ ଦେଖିବାକୁ ମିଳିଛି । ଅମୃତସର ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ ଅବସରରେ ଲଙ୍ଗର ସେବା ଅର୍ଥାତ୍ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରସୁଥିବା ଭୂମିକାରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ।

ମୁଣ୍ଡରେ ଉଲେନ୍ ଟୋପି, ହାତରେ ବାଲଟୀ । ଲଙ୍ଗର ସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଣଙ୍କ ପରେ ଜଣେ ଶ୍ରଦ୍ଧାଳୁଙ୍କୁ ପରସି ଦେଉଛନ୍ତି ପ୍ରସାଦ । ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଭୂମିକାରେ ।

ଲଙ୍ଗର ସେବା ଅର୍ଥାତ୍ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରସି ସମସ୍ତଙ୍କୁ ଚକିତ କରିଦେଇଥିଲେ ପ୍ରଧାନମନ୍ତ୍ରୀ । ଧାଡ଼ିରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁଙ୍କୁ ଭେଟିବା ସହ ହାତମିଳାଇ ଥିଲେ ମୋଦି । ମନ୍ଦିରପାଶ୍ୱର୍ରେ ଥିବା ସରୋବରରେ ପରିକ୍ରମା କରିବା ସହ ଦର୍ଶନ ମଧ୍ୟ କରିଥିଲେ ।narendra-modi-l-pti

“ହାର୍ଟ ଅପ୍ ଏସିଆ ସମ୍ମିଳନୀ’ରେ ଯୋଗଦେବା ଅବସରରେ ସ୍ୱର୍ଣ୍ଣ ମନ୍ଦିରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ସହ ଉପସ୍ଥିତ ଥିଲେ ଆଫଗାନିସ୍ଥାନର ରାଷ୍ଟ୍ରପତି ଅସରଫ ଘନୀ, ପଂଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ, ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ଏବଂ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ।

ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି ମୋଦି । ଆଉ ଏହି ଭକ୍ତିଭାବ ଜରିଆରେ ଆସନ୍ତାବର୍ଷ ପଂଜାବରେ ହେଉଥିବା ବିଧାନସଭା ନିର୍ବାଚନରେ ଶିଖ୍ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ଉଦ୍ୟମ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଦେଖନ୍ତୁ ଏହି ଭିଡିଓ-