‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସର୍ଦ୍ଦାର ବହ୍ଲବ ଭାଇ ପଟେଲଙ୍କ ଗୁଣଗାନ କଲେ ମୋଦି ! ନେହୁରୁ ଓ ଇନ୍ଦିରାଙ୍କ ବିଷୟରେ ମଧ୍ୟ କଲେ ଆଲୋଚନା

32

କନକ ବ୍ୟୁରୋ : ଆଜି ‘ମନ୍ କି ବାତ୍’  କାର୍ଯ୍ୟକ୍ରମର ୩୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିଚାରଧାରା ବାଣ୍ଟିଛନ୍ତି । ଆଜିର ମନ୍ କି ବାତ୍ ରେଡ଼ିଓ କାର୍ଯ୍ୟକ୍ରମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଗୁଣଗାନ କରିଛନ୍ତି ମୋଦି । ସେ ଆଧୁନିକ ଭାରତରେ ମୂଳଦୁଆ ରଖିଥିଲେ, ତାଙ୍କ ପାଖରେ ଥିଲା ସବୁ ସମସ୍ୟାର ସମଧାନ । ତାଙ୍କ ପୟାସ ଯୋଗୁଁ ହିଁ ଆଧୁନିକ ଭାରତର ସ୍ୱପ୍ନ ସାକାର ହୋଇଛି ବୋଲି ମୋଦି କହିଛନ୍ତି । ଏହା ବ୍ୟତୀତ ଜବାହାରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ମଧ୍ୟ ଆଲେଚନା କରିଛନ୍ତି ମୋଦି ।

modi-mann-ki-baatମନ୍ କି ବାତରେ ଛଟ୍ ପୂଜାର ମହତ୍ୱ ବୁଝାଇଲେ ପ୍ରଧାନମନ୍ତ୍ରୀ । ଛଟ୍ ପୂଜା ପ୍ରକୃତି ସହିତ ଜଡିତ ବୋଲି ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ମୋଦି । ଛଟ୍ ପର୍ବରେ ଘାଟଗୁଡିକର ସଫେଇ ହୋଇଥାଏ । ଏହି ପର୍ବରେ ଉଦିତ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ବନ୍ଦନା କରାଯାଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ମନ୍ କି ବାତରେ ଖଦି ପୋଷାକ ବ୍ୟବହାର କରିବାକୁ ମୋଦି ଅପିଲ କରିଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି ବୋଲି କହିଛନ୍ତି । ଧନତେରାସ ଦିନ ଦିଲ୍ଲୀର ଏକ ଖଦି ଷ୍ଟୋରରୁ ୧ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ଏହା ଖଦି ଫର୍ ନେସନରୁ ଖଦି ଫର୍ ଟ୍ରାନ୍ସଫର୍ମେସନର ସମୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମନ କି ବାତ୍ ଅବସରରେ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆମ ସାହସୀ ଯବାନ ଖାଲି ସୀମାରେ ସୁରକ୍ଷା ଦେଉନାହାନ୍ତି ବରଂ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ କାମ କରୁଛନ୍ତି । ଭାରତୀୟ ସେନାର ୭ ହଜାର ଯବାନ ଏବେ ଜାତିସଂଘର ଶାନ୍ତିରକ୍ଷା ମିଶନ୍ ପାଇଁ ମୁତୟନ ହୋଇଛନ୍ତି । ବିଶ୍ୱରେ ଶାନ୍ତିରକ୍ଷା ପାଇଁ ଭାରତର ମହିଳା ଯବାନଙ୍କର ବି ଗୁରୁତ୍ୱପୂର୍ଣ ଅବଦାନ ରହିଛି । ଏହା ସହ ୮୫ ଦେଶର ଶାନ୍ତି ସେନାଙ୍କୁ ଭାରତୀୟ ସେନା ପ୍ରଶିକ୍ଷଣ ଦେଉଛି ବୋଲି ମୋଦି କହିଛନ୍ତି ।

ଏହା ବ୍ୟତୀତ ମୋଦି କହିଲେ, ଆମ ଖେଳାଳିମାନେ ଆମ ଦେଶକୁ ଗୌରବାନ୍ଵିତ କରିଛନ୍ତି । ଆଖିଦୃଶିଆ ଖେଳ ପ୍ରଦର୍ଶନ କରି ହକିରେ ଭାରତ ଏସିଆ କପ୍ ହକି ଟାଇଟଲ୍ ହାସଲ କରିଛି । ୧୦ ବର୍ଷ ପରେ ଭାରତ ଏସିଆ କପ୍ ଜିଣିଥିବାରୁ ମୁଁ ସମଗ୍ର ଟିମ୍ ଏବଂ ସହଯୋଗୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି ।