ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ! ନରେନ୍ଦ୍ର ମୋଦି କହିଲେ, ଜିଏସଟି ଯୋଗୁଁ ଅର୍ଥବ୍ୟବସ୍ଥାରେ ପଡ଼ିଲା ସକରାତ୍ମକ ପ୍ରଭାବ

58

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ନିଜର ଭାବନା ବ୍ୟକ୍ତ କରିଛନ୍ତି । ଆଜିର କାର୍ଯ୍ୟକ୍ରମ ‘ମନ କି ବାତ’ର ୩୪ ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କର ଆଲୋଚନା ପରିବେଶ ଠାରୁ ଆରମ୍ଭ କରିଥିଲେ । ଭାରତରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି ସେ କହିଛନ୍ତି ପାଣି ପାଖରେ ଅଛି ବିନାଶର ଶକ୍ତି । ପରିବେଶରେ ପରିବର୍ତ୍ତନ ଯୋଗୁଁ ବହୁତ କିଛି ବଦଳୁଛି । ଆମକୁ ପ୍ରାକୃତିକ ବିପଦର ସାମ୍ନା କରିବା ପାଇଁ ପଡ଼ୁଛି । ସେ କହିଛନ୍ତି, ସାହାଯ୍ୟ ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି ସରକାର । ଭାରତ ସରକାର ତରଫରୁ ସେନା, ଏନଡ଼ିଆରଫ ଓ ଯବାନ ସେବାରେ ଲାଗିଛନ୍ତି । ବନ୍ୟାରେ କୃଷକମାନେ ସବୁଠାରୁ ଅଧିକ କ୍ଷତି ସହିଥାନ୍ତି । ସରକାର ଏନେଇ ଇନସ୍ୟୁରାନ୍ସ କମ୍ପାନୀକୁ କ୍ରିୟାଶୀଳ କରିବାର ଯୋଜନା କରିଛନ୍ତି । ଯଦ୍ୱାରା କୃଷକଙ୍କୁ ଠିକ ସମୟରେ ଭରଣା ମିଳିଯିବ । ସେ କହିଛନ୍ତି, ପାଣିପାଗ ବିଶେଷଜ୍ଞ ଯାହା ପୂର୍ବାନୁମାନ କରୁଛନ୍ତି ତାହା ଠିକ ସାବ୍ୟସ୍ତ ହେଉଛି । ଆମେ ସମେସ୍ତ ସଚେତନ ହୋଇ ନିଜ କାମ ଠିକରେ କଲେ ଏପରି ବିପର୍ଯ୍ୟୟରୁ ବଞ୍ଚିପାରିବା ।

ପ୍ରଧାନମନ୍ତ୍ରୀ ମୋଦି‘ମନ କି ବାତ’ କାର୍ଯ୍ୟକ୍ରମରେ ଜିଏସଟି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଜିଏସଟିକୁ ନେଇ ଲୋକେ ଉତ୍ସାହିତ ଅଛନ୍ତି । ଅନେକ ଲୋକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ମୋଦି କହିଛନ୍ତି ଜିଏସଟି ଲାଗୁ ହେବାର ଏକ ମାସ ହୋଇଯାଇଛି । ଏଥିରେ ଅନେକ ଲାଭ ମଧ୍ୟ ମିଳିଛି । ଉତ୍ତର ପୂର୍ବ ଭାରତର ଲୋକେ କହିଛନ୍ତି ଏବେ କାମ ଅଧିକ ସହଜ ହୋଇଯାଇଛି । ଟ୍ରାନ୍ସପୋର୍ଟ ଉପରେ ଜିଏସଟିର ସୁପ୍ରଭାବ ପଡ଼ିଛି । ମୋଦି କହିଛନ୍ତି, ଜିଏସଟି ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପଡ଼ିଛି ଏବଂ ଜିଏସଟି ଅର୍ଥବ୍ୟବସ୍ଥାକୁ ସାହାରା ଦେଇଛି । ଏତେ ବଡ଼ ଦେଶରେ ଜିଏସଟି ସଫଳତାପୂର୍ଣ୍ଣ ଲାଗୁ କରିବା ଓ ଆଗକୁ ବଢ଼ିବା ଏକ ବହୁତ ବଡ଼ ସଫଳତା । ଜିଏସଟି ଲାଗୁ କରିବାରେ ସମସ୍ତ ରାଜ୍ୟର ଭାଗିଦାରୀ ରହିଛି ଓ ସମସ୍ତଙ୍କ କର୍ତ୍ତବ୍ୟ ମଧ୍ୟ ରହିଛି । ଏହା ସବୁ ରାଜ୍ୟରେ ସର୍ବସମ୍ମତି କ୍ରମେ ଲାଗୁ ହୋଇଛି ।

ଗୋଟିଏ ଦେଶ ଓ ଗୋଟିଏ କର ଆଧାରରେ ଜିଏସଟି ପାଇଁ ତହସିଲ ପର୍ଯ୍ୟନ୍ତ ସବୁ ସ୍ତରର ଅଧିକାରୀ ମାନେ ବହୁତ ପରିଶ୍ରମ କରିଛନ୍ତି । ଏହାଦ୍ୱାରା ବ୍ୟବସାୟୀ ଓ ଉପଭୋକ୍ତାଙ୍କ ବିଶ୍ୱାସ ବଢ଼ିଛି । ଜିଏସଟି ଯୋଗଁ ସାଧୁତାକୁ ବଢ଼ାଇବା ସହ ଏହା ଏକ ସାମିଜିକ ଅଭିଯାନରେ ମଧ୍ୟ ସାମିଲ ହୋଇଛି । ମୋଦି କହିଛନ୍ତି ଅଗଷ୍ଟ କ୍ରାନ୍ତିିର ମାସ । ଏହି ସମୟରେ ଭାରତକୁ ସ୍ୱାଧୀନତା ମିଳିଥିଲା । ଏହି ମାସରେ ଅନେକ ଘଟଣା ସ୍ୱାଧୀନତା ସହ ଜଡ଼ିତ ଅଛି । ପ୍ରଧାନମନ୍ତ୍ରୀ କହିଛନ୍ତି ସଫଳତା ପାଇବା ପାଇଁ କଠିକ ପରିଶ୍ରମ କରିବା ଜରୁରୀ । ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପରେ ନିଜର ଅଭିଯାନକୁ ଆଗକୁ ବଢ଼ାନ୍ତୁ । ନୂତନ ଭାରତ ପାଇଁ ସଂକଳ୍ପ ନିଅନ୍ତୁ ଓ ଏହାକୁ ପୂରଣ କରନ୍ତୁ । ନୂତନ କଥା ଚିନ୍ତା କରନ୍ତୁ ଓ ତା’ ଉପରେ ବିଚାର କରନ୍ତୁ । ଏକ ନାଗରିକ ଅନୁସାରେ ନିଜକୁ ସମସ୍ତ ସାମଜିକ କଲ୍ୟାଣ ଅଭିଯାନରେ ସାମିଲ କରନ୍ତୁ । ଅନଲାଇନ ଜଗତ ଆଗକୁ ବଢ଼ିବା ଦରକାର ଏବଂ ନୂତନ ଭାରତର ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ । ଏହି ଅଭିଯାନକୁ ଜନଆନ୍ଦୋଳନରେ ପରିବର୍ତ୍ତନ କରନ୍ତୁ ।

ସ୍ୱାଧୀନତା ଦିବସ ଉପଲକ୍ଷେ ମୋଦି କହିଛନ୍ତି ବିଗତ ତିନ ଥର ଧରି ମୋ ଭାଷଣ ଲମ୍ବା ହେଉଛି ବୋଲି ଅଭିଯୋଗ ଆସିଛି । ତେଣୁ ଚଳିତ ବର୍ଷ ମୁଁ ଏନେଇ ବିଶେଷ ଧ୍ୟାନ ରଖିବି । ଉତ୍ସବ ସାମାଜିକ ସୁଧାରର ଅବସର ଅଟେ । ତେଣୁ ସେ କହିଛନ୍ତି ରାକ୍ଷୀବନ୍ଧନ, ଜନ୍ମାଷ୍ଟମୀ ଆଦି ଅନେକ ଉତ୍ସବରେ ଗରିବଙ୍କ ସାହାଯ୍ୟ ପାଇଁ ସଙ୍କଳ୍ପବଧ ହୁଅନ୍ତୁ । ଏହାଦ୍ୱାରା ଲୋକଙ୍କ ସହ ଓ ସମାଜ ସହ ଆପଣ ଅଧିକ ଯୋଡ଼ିି ହୋଇଯିବେ । ଆଗକୁ ଆସୁଥିବା ସମସ୍ତ ଉତ୍ସବ ପାଇଁ ସେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏହାସହ ମୋଦି କହିଛନ୍ତି ଆମ ଦେଶର ଝିଅମାନେ ଦେଶର ସୁନାମ ବଢ଼ାଉଛନ୍ତି । ଦେବଶବାସୀ ତାଙ୍କ ଉପରେ ଗର୍ବ ଅଭୁଭବ କରୁଛନ୍ତିି ।