ଦାଭୋସରେ ଆଜି ମୋଦି ଦେବେ ମନ୍ତ୍ର ! ଭାରତର ଅର୍ଥବ୍ୟବସ୍ଥାକୁ ବିଶ୍ୱ ଆଗରେ କରିବେ ଉପସ୍ଥାପନ

41

ସ୍ୱିଜରଲାଣ୍ଡ ଦାଭୋସରେ ପହଁଚଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତିରେ ସେ ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଓ ନ୍ୟୁଜଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜି ଦାଭୋସରେ ବିଶ୍ୱ ଆର୍ଥିକ ମଂଚ ଡବ୍ଲ୍ୟୁଇଏଫ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିବେ ମୋଦି । ସାରା ବିଶ୍ୱ ଆଗରେ ଭାରତର ଅର୍ଥବ୍ୟବସ୍ଥାକୁ ଉପସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ନିବେଶ ଓ ଭାରତର ଅର୍ଥନୀତି ଉପରେ ମୋଦି ଭାଷଣ ରଖିବେ । ଅନ୍ତରାଷ୍ଟ୍ରୀୟ ସୁମଦାୟ ସହ ଭାରତର ଭବିଷ୍ୟତ ସମ୍ବନ୍ଧରେ ଆଲୋଚନା କରିବେ ମୋଦି ।

ପାଖାପାଖି ଦୁଇ ଦଶକ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ମୋଦିଙ୍କ ସହ ମଧ୍ୟ ଅରୁଣ ଜେଟ୍ଲି, ସୁରେଶ ପ୍ରଭୁ, ଧର୍ମେନ୍ଦ୍ର ପ୍ରଧାନ, ପିୟୂଷ ଗୋଏଲ, ଏମ୍ଜେ ଆକବର ଏବଂ ଜିତେନ୍ଦ୍ର ସିଂହଙ୍କ ପରି ୬ ଜଣ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। ତେବେ ଦାଭୋସ ଯିବା ପୂର୍ବରୁ ମୋଦି ଟ୍ୱିଟ କରି ଏଜେଣ୍ଡା ସମ୍ପର୍କରେ ସୂଚନା ଦେଇଥିଲେ । ସେପଟେ ପ୍ରଧାନମନ୍ତ୍ରୀ ଦାଭୋସ ଗସ୍ତକୁ ନେଇ ସ୍ୱିଜରଲାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଶେଷ କରି ବ୍ୟବସାୟୀମାନଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ପରିଲିକ୍ଷିତ ହୋଇଛି ।। ସେହିପରି ଭାରତର ଦୁଇ ଯୋଗ ଗୁରୁଙ୍କ ଦ୍ୱାରା ଏଠାରେ ଯୋଗ କରାଯିବାର ଆୟୋଜନ ମଧ୍ୟ କରାଯାଇଛି।