କେରଳରେ ମେଟ୍ରୋ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ! ଉଦଘାଟନ ପରେ ଟ୍ରେନରେ କଲେ ଯାତ୍ରା

32

କନକ ବ୍ୟୁରୋ : କେରଳରେ ଆଜି ବହୁ ପ୍ରତୀକ୍ଷିତ ମେଟ୍ରୋ ସେବାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ଉଦଘାଟନ ପରେ ସେ ମେଟ୍ରୋରେ ଯାତ୍ରା ମଧ୍ୟ କରିଛନ୍ତି । ଏହାସହ କୋଚିରେ ଆଜିଠାରୁ ମେଟ୍ରୋ ସେବାର ବ୍ୟବସାୟିକ ଚଳାଚଳ ଆରମ୍ଭ ହୋଇଛି ।

ଦେଶର ଏହା ପ୍ରଥମ ଏକୀକୃତ ମଲଟି ମଡେଲ ଟ୍ରାନପୋର୍ଟ ସିଷ୍ଟମ ବୋଲି ଦାବି କରାଯାଇଛି । କୋଟି ମେଟ୍ରୋ ସେବା ଦ୍ୱାରା ସହରରେ ଟ୍ରାଫିକ ସେବା ସୁଧୁରିବ ବୋଲି ଆଶା କରାଯାଉଛି । କୋଚି ହେଉଛି କେରଳ ବ୍ୟବସାୟିକ କେନ୍ଦ୍ରସ୍ଥଳୀ । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୩ କିଲୋମିଟର ପାଇଁ ଏହି ମେଟ୍ରୋ ସେବା ଆରମ୍ଭ ହୋଇଛି ।