ନବୀନଙ୍କୁ ମୋଦିଙ୍କ ପ୍ରଶଂସା ପରେ ସରଗରମ ରାଜନୀତି: ଜୁଏଲ କହିଲେ, ବିଜେଡି ସହ ମେଂଟର ସମ୍ଭାବନା ନାହିଁ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ : ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭୁରି ଭୁରି ପ୍ରଶଂସା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । କହିଛନ୍ତି, ବିମୁଦ୍ରାକରଣକୁ ସମର୍ଥନ କରୁଥିବାରୁ ନବୀନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ନବୀନଙ୍କ ସହ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ମୋଦି ପ୍ରଂଶାସ କରିଛନ୍ତି । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ନବୀନଙ୍କ ଦୋମୁହାଁ ନୀତିକୁ ରାଜ୍ୟ ବିଜେପି ସବୁବେଳେ ନିନ୍ଦା କରୁଛି । ଆଗକୁ ବିଜେଡି ସହ କୌଣସି ମେଂଟର ସମ୍ଭାବନା ନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।