ମାର୍କ ରଖିବାର ମୋଦି ଫର୍ମୂଲା ! ମନ୍ କି ବାତରେ ଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

46

କନକ ବ୍ୟୁରୋ : ବିଦ୍ୟାର୍ଥୀଙ୍କୁ ପରୀକ୍ଷା ବେଳେ ଚାପମୁକ୍ତ ରହିବାର ଫର୍ମୂଲା ବତାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷାକୁ ଏକ ଉତ୍ସବ ଭାବରେ ଗ୍ରହଣ କରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି । ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମ ବେଳେ ମୋଦି କହିଛନ୍ତି ଆଗକୁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ଏ ସମୟରେ ଅଧିକାଂଶ ପରୀକ୍ଷାର୍ଥୀ ଚାପଗ୍ରସ୍ତ ରୁହନ୍ତିି । ହାଲକା ମନରେ ଖୁସି ଖୁସିରେ ପରୀକ୍ଷା ଦେଲେ ପଢ଼ିଥିବା ପାଠ ପରୀକ୍ଷା ଟେବୁଲରେ ମନେ ପଡିବାର ଅଧିକ ସମ୍ଭାବନା ରହିଛି ।

ଉଦାହରଣ ଛଳରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଶ୍ନର ଉତର ଅନେକ ସମୟରେ ମନେପଡେ । ଉତର ବହିର କେଉଁ ପୃଷ୍ଠାର କେଉଁ ଅନୁଚ୍ଛେଦରେ ଅଛି ତାହା ମଧ୍ୟ ମନେପଡିଯାଏ । ହେଲେ ନିର୍ଦ୍ଦିଷ୍ଟ କିଛି ଶବ୍ଦ ମନେ ପଡିନଥାଏ । କିନ୍ତୁ ପରୀକ୍ଷା ଦେଇସାରି ବାହାରକୁ ଆସୁ ଆସୁ ସେ ଶବ୍ଦ ଗୁଡିକ ମନେ ପଡିଯାଏ । ଏଥିରୁ ପ୍ରମାଣିତ ହେଉଛି ପରୀକ୍ଷା ହଲ ଭିତରେ ଚାପ ଯୋଗୁଁ ପାଠ ମନେ ପଡେନି । ହଲ୍ ବାହାରେ ଚାପ ମୁକ୍ତ ଥିବାରୁ ଏହା ମନେ ପଡିଯାଏ ।ତେଣୁ ଚାପ ଛାଡି ଖୁସି ଖୁସିରେ ପରୀକ୍ଷା ଦେଲେ ଏହା ଭଲ ହେବା ସହ ଅଧିକ ମାର୍କ ଆସିବ ।