ରମାଦେବୀ ଛାତ୍ରୀଙ୍କ ଫଟୋକୁ ସୋସିଆଲ ମିଡିଆରେ ଅଶ୍ଲୀଳ ଭାବେ ଚିତ୍ରଣ ଘଟଣା ! ମୁଖ୍ୟ ଅଭିଯୁକ୍ତ ସୁଜିତ୍ ସାହୁ ଗିରଫ

19

କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ଫଟୋକୁ ସୋସିଆଲ ମିଡିଆରେ ଅଶ୍ଲୀଳ ଭାରେ ଚିତ୍ରଣ କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଂଚ । ମୁଖ୍ୟ ଅଭିଯୁକ୍ତ ଆରୋହି କ୍ରିଏସନର ସୁଜିତ୍ ସାହୁଙ୍କୁ ଗିରଫ କରାଯାଇଛି । ଗତକାଲି ରାତିରେ ମାହାଙ୍ଗା ଅଂଚଳରୁ ତାଙ୍କୁ କ୍ରାଇମବ୍ରାଂଚ ଏସଟିଏଫ ଗିରଫ କରିଛି । ଆଜି ସୁଜିତଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇମବ୍ରାଂଚ । ତେବେ ଏନେଇ କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଛାତ୍ରୀଙ୍କ ଫଟୋକୁ ସୋସିଆଲ ମିଡିଆରେ ଅଶ୍ଲୀଳ ଭାବେ ପୋଷ୍ଟ ପ୍ରତିବାଦରେ ଛାତ୍ରମାନେ ରାସ୍ତାକୁ ଓହ୍ଲାଇଥିଲେ । ସହିଦ ନଗର ଥାନାରେ ମାମଲା ରୁଜୁ କରିଥିଲେ । ପୁଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ଗତକାଲି ୩ ମହିଳା କଲେଜର ଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିଲେ । ଅଭିଯୁକ୍ତର ତୁରନ୍ତ ଗିରଫ ସହ କ୍ରାଇମବ୍ରାଂଚ ତଦନ୍ତ ଦାବି କରିଥିଲେ । ଛାତ୍ରୀମାନେ ନବୀନ ପଟ୍ଟନାୟକଙ୍କ ଭେଟିବା ପରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିଲା । ଗତକାଲି ଠାରୁ କ୍ରାଇମବ୍ରାଂଚ ଏସଟିଏଫ ଅଘଟଣାର ତଦନ୍ତ ଆରମ୍ଭ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-