୧୦ ପ୍ରତିଶତ ବୃଦ୍ଧି ପାଇବ ପ୍ରାକୃତିକ ଗ୍ୟାସ୍ ର ଦାମ୍ ! ମହଙ୍ଗା ହେବ ସିଏନଜି ଏବଂ ପିଏନଜି ।

106

ଗ୍ୟାସ୍ ଉତ୍ପାଦକ କମ୍ପାନୀମାନଙ୍କୁ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୧ ଏପ୍ରେଲ୍ ୨୦୧୯ ରେ ଘରୋଇ ପରିଯୋଜନା ଅନ୍ତର୍ଗତ ପ୍ରାକୃତିକ ଗ୍ୟାସ୍ ର ଦାମ୍ ରେ ବୃଦ୍ଧି କରାଯାଇପାରେ । ଗ୍ୟାସ୍ ର ଦାମକୁ ୧୦ ପ୍ରତିଶତ ବଢାଇ ୩.୭୨ ଡଲାର ପ୍ରତି ଏମଏମବିଟିୟୁ କରାଯାଇପାରେ । ଯଦି ଏଭଳି ହେଲା ତେବେ ତେଲର ରେଟ୍ ବଢିଯିବ । ଏହା ପୂର୍ବରୁ ସରକାର ଅକ୍ଟୋବର ୧ , ୨୦୧୮ ତାରିଖରେ ପ୍ରାକୃତିକ ଗ୍ୟାସକୁ ଘରୋଇ ଉତ୍ପାଦକରେ ଦିଆଯାଉଥିବା ଦାମକୁ ୩.୦୬ ଡଲାର ପ୍ରତି ଏମଏମବିଟିୟୁରୁ ବଢାଇ ୩.୩୬ ଡଲାର ପ୍ରତି କରିଦେଇଥିଲେ ।

ଏହି ମାମଲାରେ ଜଡିତ ଥିବା ଓଏନଜିସି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରି ଭଳି ଗ୍ୟାସ୍ ଉତ୍ପାଦକ କମ୍ପାନୀଙ୍କ ଲାଭ ବଢିଯିବ । ସୂତ୍ର ଅନୁସାରେ , କଠିନ କ୍ଷେତ୍ରରୁ ଉତ୍ପାଦିତ ହେଉଥିବା ଗ୍ୟାସ୍ ଦର ବି ବଢି ୯ ଡଲାର ପ୍ରତି ଏମଏମବିଟିୟୁ ହୋଇଯିବ । ଏହା ୭.୬୭ ଡଲାର ଏମଏମବିଟିୟୁ ହୋଇଯାଇଛି । ଯଦି ଏଭଳି ହୁଏ ତେବେ ଗ୍ୟାସର ୪ ର୍ଥ ବାର ଗ୍ୟାସ୍ ରେ ବୃଦ୍ଧି ହେବ ।

ପ୍ରତି ୬ ମାସରେ ବଢେ ଦାମ୍ : ପ୍ରାକୃତିକ ଗ୍ୟାସ୍ ର ଦାମ୍ ପ୍ରତି ୬ ମାସରେ ବଢିଥାଏ । ଯାହା ୧ ଏପ୍ରିଲ୍ କିମ୍ବା ୧ ଅକ୍ଟୋବର ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଏ । ଏଥିପାଇଁ ପ୍ରାକୃତିକ ଗ୍ୟାସର ଦାମ୍ ଗ୍ୟାସ୍ ବିକ୍ରି କରୁଥିବା ଆମେରିକା,ଋଷ୍ ଏବଂ କାନାଡା ଭଳି ଦେଶରେ ଗ୍ୟାସ୍ ବିକ୍ରି କେନ୍ଦ୍ରରେ ନିର୍ଦ୍ଧାରିତ କରାଯାଏ ।