କମିବ ଏଲପିଜି ଦର ! କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ରହିବ ରନ୍ଧନଗ୍ୟାସର ମୂଲ୍ୟ ।

328

ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ଦର ହ୍ରାସ ଏବଂ ଆମେରିକୀୟ ଡଲାର ଏବଂ ଟଙ୍କା ବିନିମୟ ଦର ଦୃଢ ହୋଇଥିବା କାରଣରୁ ୧ ଫେବୃୟାରୀ ୨୦୧୯ ସୁଦ୍ଧା ଭୁବନେଶ୍ୱରରେ ଅଣ-ରିହାତି ଏଲପିଜି ଦର ସିଲିଣ୍ଡର ପିଛା ଟ.୩୦.୫୦ ହ୍ରାସ ଘଟିବାର ଅନୁମାନ କରାଯାଉଛି । ତଦନୁସାରେ, ଘରୋଇ ଏଲପିଜିର ଉପଭୋକ୍ତାଙ୍କ ଦ୍ୱାରା ଅଗ୍ରିମ ନଗଦ କାରବାରରେ ମଧ୍ୟ ସିଲିଣ୍ଡର ପିଛା ଟ ୩୦.୫୦/ ହ୍ରାସ ଘଟିବ । ଘରୋଇ ଏଲପିଜି ଉପଭୋକ୍ତାଙ୍କୁ ବର୍ତ୍ତମାନ ସିଲିଣ୍ଡର ପିଛା ଟ.୭୧୬.୫୦ ବଦଳରେ ଟ.୬୮୬.୦୦ ଅଗ୍ରିମ ପୈଠ କରିବାକୁ ପଡ଼ିବ ।

ଘରୋଇ ଏଲପିଜି ସିଲିଣ୍ଡର ଦରରେ ସରକାରଙ୍କ ଦ୍ୱାରା ରିହାତି ଦିଆଯାଉଥିବାରୁ, ଉପଭୋକ୍ତାଙ୍କୁ ରିହାତି ଉପରେ ପ୍ରଭାବୀ ମୂଲ୍ୟରେ ସିଲିଣ୍ଡର ପିଛା ଟ.୧.୪୯ ହ୍ରାସ ଘଟିବ (୨୦୧୯ ଜାନୁୟାରୀ ମାସରେ ଟ.୫୦୫.୮୩ ରୁ ଫେବୃୟାରୀ ମାସ ମଧ୍ୟରେ ଟ୫୦୪.୩୪ ) । ଅଣ-ରିହାତିଯୁକ୍ତ ଏଲପିଜି ଦରରେ ହ୍ରାସ କାରଣରୁ ଜିଏସଟିର ପ୍ରଭାବରେ ହ୍ରାସ ଘଟିଛି । କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା ରିହାତି (ଟ.୧୮୧.୬୬/ସିଲିଣ୍ଡର ପିଛା) ଏବଂ ଗ୍ୟାସ ରିଫିଲ ଓ ବିତରଣ ପରେ ଏଲପିଜି ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯାଉଛି ।