ମହଙ୍ଗା ହେଲା ଗ୍ୟାସ୍ ! ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା ବିନା ସବସିଡି ଥିବା ସିଲିଣ୍ଡର ।

31

ପେଟ୍ରୋଲ୍ ଏବଂ ଡିଜେଲର ଦାମ୍ ଲଗାତାର ମହଙ୍ଗା ହେବା ପରେ ଏବେ ବିନା ସବସିଡି ଥିବା ସିଲିଣ୍ଡରର ଦାମରେ ମଧ୍ୟ ବୃଦ୍ଧି ଘଟିଛି । ସୁଚନା ଅନୁସାରେ ସବସିଡି ଥିବା ସିଲିଣ୍ଡରର ଦାମ୍ ୨ ଟଙ୍କା ୩୪ ପଇସା ବୃଦ୍ଧି ହୋଇଥିବା ବେଳେ ବିନା ସବସିଡି ଥିବା ସିଲିଣ୍ଡରର ଦାମରେ ୪୮ ଟଙ୍କାର ବୃଦ୍ଧି ଘଟିଛି । ସରକାରୀ ରିପୋର୍ଟ ଅନୁସାରେ ବିର୍ତ୍ତମାନ ଦେଶରେ ୧୦୦ ପରିବାର ମଧ୍ୟରୁ ୮୧ ପରିବାର ପାଖରେ ଏଲପିଜି କନେକ୍ସନ ରହିଛି ।ସିଲିଣ୍ଡର ଦାମ୍ ବୃଦ୍ଧି ପରେ କୋଲକାତାରେ ୪୯୫.୬୫ ଟଙ୍କା ବୃଦ୍ଧି ହୋଇଥିବାବେଳେ,ଚେନ୍ନାଇରେ ୪୮୧.୮୪ ଟଙ୍କା,ମୁମ୍ବାଇରେ ୪୯୧.୩୧ ଟଙ୍କାରେ ବୃଦ୍ଧି ହୋଇଛି । ଆପଣଙ୍କୁ ଏଠାରେ ସୁଚାଇ ଦେଉଛୁ ଯେ ୧ ମଇରେ କୋଲକାତାରେ ସିଲିଣ୍ଡରର ଦାମ୍ ୪୯୪.୨୩ ଟଙ୍କା , ମୁମ୍ବାଇରେ ୪୮୮.୯୪ ଟଙ୍କା ଏବଂ ଚେନ୍ନାଇରେ ୪୭୯.୪୨ ଟଙ୍କାରେ ଏଲପିଜି ଉପଲବ୍ଧ ହେଉଥିଲା । ଅନ୍ୟ ପକ୍ଷରେ ବିନା ସବସିଡିର ସିଲିଣ୍ଡରର ଦାମ୍ ବୃଦ୍ଧି ହୋଇ କୋଲକାତାରେ ୭୨୩.୫୦ ଟଙ୍କା, ମୁମ୍ବାଇରେ ୬୭୧.୫୦ ଟଙ୍କା ଏବଂ ଚେନ୍ନାଇରେ ୭୧୨.୫୦ ଟଙ୍କା ବୃଦ୍ଧି ହୋଇଯାଇଛି । ୧ ଜନ୍ରୁ ବର୍ଦ୍ଧିତ ହୋଇ ଏବେ ଦିଲ୍ଲୀରେ ସିଲିଣ୍ଡର ଗ୍ୟାସର ଦାମ୍ ୪୮.୫ କୁ ବୃଦ୍ଧି ହୋଇଯାଇଛି । ଏହା ପୂର୍ବରୁ ପେଟ୍ରୋଲ୍ ଏବଂ ଡିଜେଲର ବର୍ଦ୍ଧିତ ଦରରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ତୃତୀୟ ଦିନ ୬ ପଇସା କମ୍ କରିଥିଲେ । ବୁଧବାର ପେଟ୍ରୋଲ୍ ଏବଂ ଡିଜେଲର ଦରରେ ୧ ପଇସା ଏବଂ ଗୁରୁବାର ୭ ପଇସା କମ୍ ହୋଇଥିଲା । ପେଟ୍ରୋଲ୍ ଏବଂ ଡିଜେଲର ଦାମରେ ବୃଦ୍ଧି ହେବାର ୧୬ ଦିନ ପରେ ସିଲିଣ୍ଡର ଗ୍ୟାସର ଦାମରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି ।