ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି ବିଜୟ ଓ ଦିଲ୍ଲୀପ : ବିଜେପି

ବିଜୟ ଓ ଦିଲ୍ଲୀପ ଇସ୍ତଫା ଦେବାପରେ ସାମ୍ବାଦିକ ସମ୍ମିଳନୀ କରଛି ବିଜେପି

227

କନକ ବ୍ୟୁରୋ : ବିଜେପିରୁ ବିଜୟ ଓ ଦିଲ୍ଲୀପ ଇସ୍ତଫା ଦେବାପରେ ସାମ୍ବାଦିକ ସମ୍ମିଳନୀ କରଛି ବିଜେପି । ଦଳ ଛାଡିଥିବାରୁ ଉଭୟ ନେତାଙ୍କୁ ଶୁଭେଚ୍ଛା ଜଣାଇଛି ବିଜେପି । ଉଭୟ ନେତା ଦଳ ଛାଡିବା ନେଇ ବହୁ-ପୂର୍ବରୁ ପ୍ରସ୍ତୁତି କରିଥିଲେ । ତେଣୁ ଏଥିରେ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୋଦି ସରକାର ଆସିବା ପରେ ଅନେକ ବିକାଶ ହୋଇଛି । କେବଳ ବିକାଶ ନୁହେଁ ବରଂ ରାଉରକେଲା ଆଜି ସ୍ମାର୍ଟସିଟି ହୋଇପାରିଛି । ତେଣୁ ସରକାର କାମ କଲେନାହିଁ ବୋଲି କହିବା ଠିକ ନୁହେଁ ।

 

ଏହାସହ ଶ୍ରୀମହାନ୍ତି କହିଛନ୍ତି ଯେ, ଉଭୟ ନେତା ଦୀର୍ଘ ଦିନ ହେଲା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ତେଣୁ ପୂର୍ବରୁ ହିଁ ଜଣାଥିଲା କି ସେମାନେ ଦଳ ଛାଡିବେ । ତେବେ ଦଳ ଛାଡିଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ ନେତା ଘର କଥା ଘରେ ନରଖି ବହାରେ କହୁଥିଲେ । ଆଉ ବର୍ତମାନ ସମୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ଏହାସହ ବିଜୟ ବାବୁ ଦଳରେ ଗୋଷ୍ଠୀ ସୃଷ୍ଟି କରୁଥିଲେ । ଗୋଷ୍ଠୀ ସୃଷ୍ଟି କରିବା ବିଜୟଙ୍କ ଡିଏନଏରେ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସମୀର ।