କେନ୍ଦ୍ରାଂଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ! ଅଳ୍ପ କେତେଜଣ ସେବାୟତ ସାମିଲ

25

କନକ ବ୍ୟୁରୋ : ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ଚାଲିଛି ଦ୍ୱିତୀୟ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ବୈଠକରେ ଜିଲ୍ଲାପାଳ, ଏସପି, ସବୁ ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି । ତେବେ କିଛି ସେବାୟତ ଯୋଗ ବୈଠକରେ ଦେଇଥିବା ବେଳେ ଅନ୍ୟ ସେବାୟତ ମାନେ ବୈଠକରେ ଯୋଗ ଦେଇନାହାନ୍ତି । ରଥଯାତ୍ରା ସମନ୍ୱୟ ବୈଠକ ବର୍ଜନ କରିବାରକୁ ସେବାୟତ ମାନେ ଶ୍ରୀମନ୍ଦିରରେ ପୋଷ୍ଟର ମାରିଥିଲେ ।

ଏହାକୁ ଜିଲ୍ଲାପାଳ ନିନ୍ଦା କରିଛନ୍ତି । ଉପଯୁକ୍ତ ଫୋରମରେ କାମ କରିବାକୁ ଜିଲ୍ଲାପାଳ କହିଛନ୍ତି । ତୃତୀୟ ସମନ୍ୱୟ ବୈଠକ ପୂର୍ବରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ନୀଳାଦ୍ରିବିଜେ ବିଶୃଙ୍ଖଳାର ସମାଧାନ କରିବାକୁ ଦାବି କରିଛନ୍ତି ସେବାୟତ । ସେପଟେ ତୃତୀୟ ସମନ୍ୱୟ ବୈଠକ ପୂର୍ବରୁ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ । ଦ୍ୱିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ସେବାୟତମାନେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ଆହ୍ୱାନ ଦେଇଥିଲେ ସେବାୟତ ।

ବୈଠକରେ ଅନୁପସ୍ଥିତ ରହିବା ପାଇଁ ସେବାୟତ ମାନେ ଆହ୍ୱାନ ଦେଇ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଓ ମେଘନାଦ ପାଚେରୀରେ ପୋଷ୍ଟର ମାରିଥିଲେ । ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିଲା । ଗତବର୍ଷ ନିଳାଦ୍ରୀବିଜେ ସମୟରେ ସେବାୟତ ପରିବାର ସଦସ୍ୟ, ରଥ ଉପରେ ଚଢିବାକୁ ଯେଉଁ ଭଳି ଭାବରେ ଚିିିତ୍ରଣ କରାଗଲା ତାହା ପ୍ରତିବାଦରେ ଏଭଳି ପୋଷ୍ଟର ମରାଯାଇଥିଲା ।